ନୂଆଦିଲ୍ଲୀ: ଜଣେ ମହିଳା ନିଜ ପିଲାମାନଙ୍କ ପାଇଁ ସ୍ବିଗିରେ ଖାଦ୍ୟ ବରାଦ ଦେବା ପରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଯାହାପରେ ମହିଳା ଜଣକ ଇନଷ୍ଟାଗ୍ରାମରେ ନିଜର ଅସୁବିଧା ସେୟାର କରିଛନ୍ତି। ଉପଭୋକ୍ତା ନେହା ଏସ୍ କହିଛନ୍ତି ଯେ ସେ ସ୍ବିଗିରୁ ଖାଦ୍ୟ ବରାଦ କରିଥିଲେ। ମାତ୍ର ଡେଲିଭରି ଏଜେଣ୍ଟ୍‌ ତାଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ସ୍ପଷ୍ଟ ମନା କରି‌ ଦେଇଥିଲେ। ମହିଳା ଜଣକ କହିଛନ୍ତି ଯେ ତାଙ୍କ ପିଲାମାନେ ଶେଷରେ ମ୍ୟାଗି ନୁଡୁଲ୍ସ ଖାଇ ନିଜ ଭୋକ ମେଣ୍ଟାଇଛନ୍ତି।

Advertisment

ମହିଳା ଜଣକ ତାଙ୍କ ଏକ୍ସ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୁଁ ସ୍ବିଗିରୁ କିଛି ବରାଦ ଦେଇଥିଲି। ମୁଁ କିନ୍ତୁ ତାହାକୁ ପାଇଲି ନାହିଁ। ଆପଣଙ୍କ ଡେଲିଭରି ବୟ ବରାଦ ଦେବାକୁ ମନା କରିଦେଲେ ଓ କହିଲେ, ‘‘ଯାହା କରିବାର ଅଛି କରିଦିନ, ମୋ ପାଖରେ ଆପଣଙ୍କ ଦୁଆଣେ ଖାଦ୍ୟ ପହଞ୍ଚାଇବା ପାଇଁ ସମୟ ନାହିଁ। ମୁଁ ବରାଦ ଦେଇପାରିବି ନାହିଁ। ଏବେ କ’ଣ କରିବା।’’

ନେହା ସୋସିଆଲ୍‌ ମିଡିଆ‌ରେ ପୋଷ୍ଟ୍‌ କରିବା ପରେ କମ୍ପାନି ଟଙ୍କା ଫେରସ୍ତ କରିଦେଇଛି। ଭାଇରାଲ ଟ୍ୱିଟର ଜବାବରେ ଜବାବରେ ସ୍ବିଗି ପକ୍ଷରୁ ଉତ୍ତର ବି ଆସିଛି। ସ୍ବିଗି ଲେଖିଛନ୍ତି, ‘‘ପ୍ରିୟର ନେହା କମ୍ପାନି ପକ୍ଷରୁ କଲ୍‌ ଯିବ ଓ ଆପଣଙ୍କ ମାମଲାର ସମାଧାନ ହୋଇଯିବ। ଯଦି କୌଣସି ବି ପ୍ରକାରର ସାହାଯ୍ୟ ଆପଣ ଚାହାନ୍ତି ତ ଆମେ ଏଠାରେ ଅଛୁ।’’ ଏହି ପୋଷ୍ଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏଥିରେ ଅନେକ‌ ଲୋକ ଅନେକ କଥା ଲେଖୁଛନ୍ତି।