ନୂଆଦିଲ୍ଲୀ: ମାନସିକ ରୋଗ, ବୌଦ୍ଧିକ ଅକ୍ଷମତା ଏବଂ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ କେନ୍ଦ୍ର ସରକାରଙ୍କ ଚାକିରୀରେ ସଂରକ୍ଷଣ ମିଳିବ। ଆଜି ଏ ସଂପର୍କରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ସରକାରଙ୍କ ଏ, ବି ଏବଂ ସି ଶ୍ରେଣୀରେ ସିଧା ସଳଖ ଭର୍ତ୍ତି ହେବା ମାମମଲାରେ ଏଭଳି ଅକ୍ଷମତାର ଶିକାର ବ୍ୟକ୍ତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ନିକଟରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗକୁ ପତ୍ର ଲେଖି ଏ ବାବଦ ସ୍ଥିତି ସୁନିଶ୍ଚିତ କରିବା ପାଇଁ କହିଛନ୍ତି। ସିଧାସଳଖ ନିଯୁକ୍ତି କ୍ଷେତ୍ରରେ ମୋଟ ଖାଲି ପଦବିର ୪ ପ୍ରତିଶତ ଏଭଳି ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ। ଏହି ସଂରକ୍ଷଣ ବ୍ୟବସ୍ଥା ନେଇ ସରକାରଙ୍କ ନୂତନ ନୀତି ସଂପର୍କରେ ସମସ୍ତ ବିଭାଗକୁ ଅବଗତ କରାଯାଇଥିବା ବେଳେ ଏହାର ସଠିକ୍ କାର୍ଯ୍ୟକାରିତା ପାଇଁ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ଅଧିକାରୀ ନିଯୁକ୍ତ ହେବେ। ଏ ବାବଦ ସମସ୍ତ ଅଭିଯୋଗକୁ ଗ୍ରହଣ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାହାର ଫଏସଲା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ କୁହାଯାଇଛି।
ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ଚାକିରୀରେ ସଂରକ୍ଷଣ ମିଳିବ
/sambad/media/post_attachments/wp-content/uploads/2018/01/download-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)