ଲାହୋର: ଗୋଟିଏ ପଦବୀ ପାଇଁ ଆବେଦନ କଲେ ୧୫ ଲକ୍ଷ ଆଶାୟୀ | ତେବେ ଏହା କୌଣସି ଏକ ବଡ଼ ପଦବୀ ନୁହେଁ, ବରଂ ପିଅନ ପଦବୀ ପାଇଁ ୧୫ ଲକ୍ଷରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି | ପାକିସ୍ତାନରୁ କିଛି ଏଭଳି ଚିତ୍ର ସାମ୍ନାକୁ ଆସିଛି | ରିପୋର୍ଟ ଅନୁଯାୟୀ, ହାଇକୋର୍ଟରେ ଏକ ପିଅନ ପଦ ପାଇଁ ଅତି କମରେ ୧୫ ଲକ୍ଷ ଲୋକ ଆବେଦନ କରିଥିଲେ। ଅଧିକାରୀମାନେ କହିଛନ୍ତି ଯେ ଏହି ଚାକିରି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଏମଫିଲ୍ ଡିଗ୍ରୀଧାରୀ ମଧ୍ୟ ଅଛନ୍ତି।
ଏହା ଜଣାପଡିବା ପରେ ଲୋକଙ୍କୁ ରୋଜଗାର ଯୋଗାଇବାରେ ଇମ୍ରାନ ଖାନ ସରକାର ଅସଫଳ ବୋଲି ପ୍ରମାଣିତ ହୋଇଛନ୍ତି | ସୋମବାର ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ (PIDE) ର ତଥ୍ୟ ଅନୁଯାୟୀ ପାକିସ୍ତାନରେ ବେକାରୀ ହାର ୧୬% ରେ ପହଞ୍ଚିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଭଲପମେଣ୍ଟ ଇକୋନୋମିକ୍ସ କହିଛି ଯେ ବର୍ତ୍ତମାନ ଦେଶରେ ଅତି କମରେ ୨୪ ପ୍ରତିଶତ ଶିକ୍ଷିତ ଲୋକ ବେରୋଜଗାରୀ ହୋଇ ଚାକିରୀ ଆଶାରେ ଅଛନ୍ତି | ଯୋଜନା ଏବଂ ବିକାଶ ଉପରେ ସିନେଟ ଷ୍ଟାଣ୍ଡିଂ କମିଟିକୁ ଦେଇଥିବା ସୂଚନାରେ ପିଆଇଡିଇ କହିଛି ଯେ ସମଗ୍ର ଦେଶରେ ୪୦ ପ୍ରତିଶତ ଶିକ୍ଷିତ ମହିଳା ମଧ୍ୟ ବେକାର ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/unemployment.jpg)