ଅଟୋମୋବାଇଲରେ ଚାକିରି ସଙ୍କଟ, ଛଟେଇ ହୋଇପାରନ୍ତି ବହୁ କର୍ମଚାରୀ

ନୂଆଦିଲ୍ଲୀ: ଅଟୋମୋବାଇଲ ସେକ୍ଟରରେ ଦେଖାଯାଇଥିବା ମାନ୍ଦାବସ୍ଥା ଏହାର କର୍ମଚାରୀଙ୍କ ଉପରେ ପ୍ରଭାବ ପଡିପାରେ | ଅଟୋ ଶିଳ୍ପ ସହ ଜଡିତ ସଂଗଠନ ଆଶଙ୍କା କରିଛି ଯେ ଯଦି ଏଭଳି ସ୍ଥିତି ଲାଗି ରହେ ତେବେ ୧୦ ଲକ୍ଷ କର୍ମଚାରୀଙ୍କର ଚାକିରି ସଙ୍କଟ ଦେଖାଦେଇପାରେ | ସେହିପରି ଅଟୋ ଇଣ୍ଡଷ୍ଟ୍ରି ପକ୍ଷରୁ ଜିଏସଟିରେ କୋହଳ ପାଇଁ ଦାବି କରାଯାଇଛି |

Photo-Livemint

ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଅଟୋମୋବାଇଲ ସେକ୍ଟରରେ ଉତ୍ପାଦନ ୧୫ରୁ ୨୦ ପ୍ରତିଶତ କମିଯାଇଛି | ସେହିପରି ତଥ୍ୟ କହେ ଯେ ବର୍ତ୍ତମାନ ୭୦ ପ୍ରତିଶତ ବାହନ ଉପରେ ୧୮ ପ୍ରତିଶତ ଜିଏସଟି ନିଆଯାଉଥିବାବେଳେ ବଳକା ୩୦ ପ୍ରତିଶତ ଗାଡି ଉପରେ ୨୮ ପ୍ରତିଶତ ଜିଏସଟି ଦେବାକୁ ପଡିଥାଏ | ଏହାଛଡା ଅତିରିକ୍ତ ୧ରୁ ୧୫ ପ୍ରତିଶତ ସେସ ମଧ୍ୟ ଦେବାକୁ ପଡୁଛି |

୧୦ ହଜାର କର୍ମଚାରୀଙ୍କୁ ଛଟେଇ କଲା ନିଶାନ
ଜାପାନର କାର ନିର୍ମାତା ନିଶାନ ଗୁରୁବାର ବୁଧବାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଘୋଷଣା କରିଛି | କଂପାନୀ ପକ୍ଷରୁ କମ କାର ବିକ୍ରି ହେବା ଫଳରେ ଲାଭ କମ ହୋଇଥିଲା | ଯାହାକୁ ନେଇ ଖର୍ଚ୍ଚକାଟ କରିବାକୁ ଏହି ଛଟେଇ ଘୋଷଣା କରାଯାଇଛି |

ସମ୍ବନ୍ଧିତ ଖବର