ଲକଡାଉନରେ ବଢିଛି ମନରେଗାର ଚାହିଦା: ଚାକିରି ଚାଲିଯିବା ପରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି ସ୍ନାତକ ଯୋଗ୍ୟତାଧାରୀ ଯୁବକ

ଲକ୍ଷ୍ନୌ: ମାର୍ଚ୍ଚ ୨୫ରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯିବା ପରେ ଅନେକ ଲୋକ ନିଜ ନିଜର ଚାକିରି ହରାଇଛନ୍ତି | ଲକଡାଉନରେ ବିଭିନ୍ନ କମ୍ପାନିରେ ତାଲା ଝୁଲିବା ସହ ଆୟ ନହେବାରୁ ଅନେକ କମ୍ପାନି ନିଜ ନିଜର କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି | ଜୋମାଟୋ, ଓୟୋ, ସ୍ଵିଗି ଭଳି ବଡ ବଡ କମ୍ପାନି ଅନେକ କର୍ମଚାରୀଙ୍କୁ ବାହାର କରିଥିବାର ଖବର କିଛି ଦିନ ତଳେ  ସାମ୍ନାକୁ ଆସିଥିଲା | ତେବେ ଚାକିରି ଯିବା ପରେ ଶିକ୍ଷିତ ଯୁବକମାନେ ଅନ୍ୟ କିଛି ବାଟ ନପାଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି (ମନରେଗା) ଯୋଜନା ଅଧୀନରେ କାମ କରି ଟଙ୍କା ଆୟ କରୁଥିବା ଜଣା ପଡିଛି | ଉତ୍ତରପ୍ରଦେଶରୁ କିଛି ସେଭଳି ଘଟଣା ସାମ୍ନାକୁ ଆସିଛି | ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଉତ୍ତରପ୍ରଦେଶର ଅନେକ ଯୁବକ ଦିନ ମଜୁରିଆ ହୋଇ କାମ କରିବା ଆରମ୍ଭ କରିଛନ୍ତି |

ଉତ୍ତରପ୍ରଦେଶରେ ରହୁଥିବା ରୋଶନ କୁମାରଙ୍କ କହିବା ମୁତାବକ, ଲକଡାଉନ ପୂର୍ବରୁ ମୁଁ ଚାକିରି କରି ଟଙ୍କା ଆୟ କରୁଥିଲି | କିନ୍ତୁ ଲକଡାଉନ ପରେ ମୋତେ ଚାକିରିରୁ ବାହାର କରିଦିଆଗଲା | ଏବେ ଘର ଚଳାଇବା ପାଇଁ ମୋତେ ଦିନ ମଜୁରିଆ ଭାବେ କାମ କରିବାକୁ ପଡୁଛି |

0e641r5g
NDTV.com

ବିବିଏ ଡିଗ୍ରୀ ହାସଲ କରିଥିବା ସତେନ୍ଦ୍ର କୁମାରଙ୍କ କହିବା ମୁତାବକ, ମୋର ବିବିଏ ଡିଗ୍ରୀ ଥାଇ ମଧ୍ୟ ମୋତେ କୌଣସି ଭଲ କାମ ମିଳି ନଥିଲା | ଶେଷରେ, ମୁଁ ମାସକୁ ୬,୦୦୦-୭,୦୦୦ ଟଙ୍କା ପାଇ ଚାକିରି କରିବା ଆରମ୍ଭ କରିଥିଲି | କିନ୍ତୁ ଲକଡାଉନ ପରେ ସେହି ଚାକିରି ମଧ୍ୟ ହାତରୁ ଚାଲିଗଲା | ପରେ ମୁଁ ମୋ ଗାଁକୁ ଫେରିବାରୁ ସରପଞ୍ଚ ମୋତେ ମନରେଗାରେ କାମ ଯୋଗାଇବାରେ ସାହାଯ୍ୟ କଲେ। ସତେନ୍ଦ୍ର ଓ ରୋଶନଙ୍କ ଭଳି ଅନେକ ଉଚ୍ଚ ଶିକ୍ଷିତ ଯୁବକମାନେ ଏବେ ଦିନ ମଜୁରିଆ ହେବାକୁ ବାଧ୍ୟ ହୋଇଛନ୍ତି | ଲକଡାଉନ ପୂର୍ବରୁ ଦିନକୁ ୨୦ଜଣ ମନରେଗା ଶ୍ରମିକ କାମ କରୁଥିବା ବେଳେ ଏବେ ଦିନକୁ ୧୦୦ଜଣ କାମ କରୁଛନ୍ତି |

ସମ୍ବନ୍ଧିତ ଖବର