ନୂଆଦିଲ୍ଲୀ: ରୁଷ୍ ୟୁକ୍ରେନ୍ ଆକ୍ରମଣକୁ ବିରୋଧ କରିବା ଲାଗି ଆଟ୍ଲାଣ୍ଟିକ୍ ମହାସାଗର ସେପାରି ଦେଶସମୂହ ଏକଜୁଟ ହେବା ଉଚିତ ବୋଲି ଗୁରୁବାର ଦିନ ‘ୟୁରୋପିଆନ୍ ୟୁନିୟନ୍’ର ପରିଷଦ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ପୁଣି ଥରେ କହିଛନ୍ତି।
ଏ ସଂକ୍ରାନ୍ତରେ ହ୍ବାଇଟ୍ ହାଉସ୍ର ଜଣେ ଅଧିକାରୀ କହିଛନ୍ତି, ଆଜି ରାତିରେ ୟୁରୋପୀୟ ସଂଘ ନେତାମାନଙ୍କ ପରିଷଦ୍ ବୈଠକ ରାଷ୍ଟ୍ରପତି ବାଇଡେନ୍ଙ୍କ ପାଇଁ ଥିଲା ଖୁବ୍ ଉତ୍ସାହଜନକ ଓ ବନ୍ଧୁତ୍ବପୂର୍ଣ୍ଣ। ବୈଠକ ପ୍ରକୋଷ୍ଠରେ ଥିବା ପ୍ରାୟ ସବୁ ନେତାଙ୍କ ସହିତ ସେ କରମର୍ଦ୍ଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କ ସହ ଦୀର୍ଘ ସମୟ ଧରି ଆଳାପ କରିଥିଲେ।
Image Courtesy of Timeଅଧିକାରୀଜଣକ ଆହୁରି ମଧ୍ୟ କହିଛନ୍ତି ଯ, କଟକଣା ନିମନ୍ତେ ସମର୍ଥନ ଏବଂ ମାନବୀୟ ସହାୟତା, ଆଣ୍ଟ୍ଲାଟିକ୍ ମହାସାଗାରପାରି ଦେଶସମୂହର ଏକତା ସମେତ ପରିଷଦ୍ ବୈଠକରେ ରୁଷ୍ ଏବଂ ୟୁକ୍ରେନ୍ ପ୍ରସଙ୍ଗରେ ଗୁରୁତ୍ବାରୋପ କରାଯାଇଥିଲା।
Image Courtesy of Zee Newsଯୁକ୍ତରାଷ୍ଟ୍ର ଆମେରିକା ପାଇଁ ‘ୟୁରୋପୀୟ ସଂଘ’, ‘ନାଟୋ’ ଏବଂ ‘ଆଟ୍ଲାଣ୍ଟିକ୍ ମହାସାଗର ସେପାରି ରାଷ୍ଟ୍ରସମୂହ’ କେତେ ଗୁରୁତ୍ବ ବହନ ପରେ ସେ କଥା ଉଦ୍ବୋଧନ ଶେଷରେ ରାଷ୍ଟ୍ରପତି ବାଇଡେନ୍ କହିଥିଲେ।
ଉଲ୍ଲେଖଯୋଗ୍ୟ, ପରିଷଦ୍ ବୈଠକକୁ ଯିବା ପୂର୍ବରୁ ବାଇଡେନ୍ କହିଥିଲେ ଯେ, ‘ୟୁରୋପୀୟ ପରିଷଦ୍’ରେ ସେ ଚୀନ୍ ସଂକ୍ରାନ୍ତରେ ଆଲୋଚନା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Biden-Talks-About-Ukraine-With-Russia_Thumbnail.jpg)