ଏବର୍ଷ ‘ଟାଇମ୍‌’ ପତ୍ରିକାର ‘ପର୍ସନ୍‌ ଅଫ୍‌ ଦି ଇୟର୍‌’ ଜୋ ବାଇଡେନ୍‌ ଓ କମଳା ହ୍ୟାରିସ୍‌

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି-ନିର୍ବାଚିତ କମଳା ହ୍ୟାରିସ୍‌ ‘ଟାଇମ୍‌’ ପତ୍ରିକାର ୨୦୨୦ ବର୍ଷ ଲାଗି ‘ପର୍ସନ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ ହୋଇଛନ୍ତି।

‘ଜୋ ବାଇଡେନ୍‌ ଏବଂ କମଳା ହ୍ୟାରିସ୍‌ଙ୍କୁ ‘ଟାଇମ୍‌ ପର୍ସନ୍‌ ଅଫ୍‌ ଦି ଇୟର୍‌’ ନାମିତ କରାଯାଇଥିବା କଥା ଶୁକ୍ରବାର ଦିନ ‘ଏଏଫ୍‌ପି’ ରିପୋର୍ଟ କରିଛି।

ଡେମେକ୍ରାଟିକ୍‌ ବାଇଡେନ୍‌ ଓ ହ୍ୟାରିସ୍‌ଙ୍କ ବ୍ୟତୀତ ‘ଟାଇମ୍‌’ ପତ୍ରିକାରେ ସଂକ୍ଷିପ୍ତ ତାଲିକାରେ ଥିବା ଅନ୍ୟ ତିନି ପ୍ରତିଦ୍ୱନ୍ଦ୍ୱୀ ଥିଲେ ‘ଫ୍ରଣ୍ଟ୍‌ଲାଇନ୍‌ କୋଭିଡ୍ କର୍ମୀ’ , ‘ଡା. ଅନ୍ଥୋନି ଫାଉଚି’ ଏବଂ ‘ବର୍ଣ୍ଣ ସାମ୍ୟତା ଆନ୍ଦୋଳନ’ ।

Image Courtesy of India Today

ଏଥର ‘ଟାଇମ୍‌’ ପତ୍ରିକାର ପ୍ରଚ୍ଛଦରେ ରହିଛି ୭୮ ବର୍ଷିୟ ବାଇଡେନ୍‌ ଏବଂ ୫୬ ବର୍ଷୀୟ ହ୍ୟାରିସ୍‌ଙ୍କ ଫଟୋ। ଏବଂ ଏଥିରେ ଲେଖାଯାଇଛି ‘ଚେଞ୍ଜିଙ୍ଗ୍‌ ଆମେରିକାଜ୍‌ ଷ୍ଟୋରି’।

ନର୍ସ, ଡାକ୍ତର, ଡେଲିଭରି ବଏ ଏବଂ ଜୀବନକୁ ବିପନ୍ନ କରି କୋଭିଡ୍‌-୧୯ ମହାମାରୀ ସମୟରେ ଜରୁରୀକାଳୀନ ସେବା ଯୋଗାଇଥିବା     ଆଗଧାଡ଼ିର କର୍ମୀ ପୂର୍ବରୁ ‘ଟାଇମ୍‌’ ପତ୍ରିକାର ୨୦୨୦ ‘ପର୍ସନ୍‌ ଅଫ୍‌ ଦି ଇୟର୍‌ ରିଡର୍‌ ପୋଲ୍‌’ରେ ବହୁସଂଖ୍ୟକ ପାଠକୀୟ ଭୋଟ୍‌ ପାଇଥିଲେ।

‘ଟାଇମ୍‌’ କହିଛି ଏ ବର୍ଷ ପାଠକୀୟ ମତଦାନରେ ଆସିଥିବା ୮ ନିୟୁତରୁ ଅଧିକ ଭୋଟ୍‌ରୁ ଉପରୋକ୍ତ ଆଗଧାଡ଼ିର କର୍ମୀ ୬.୫% ଭୋଟ୍‌ ପାଇଥିଲେ। ୨୦୨୦ରେ ସବୁଠୁ ଅଧିକ ପ୍ରଭାବ ଥିବା ବ୍ୟକ୍ତିବିଶେଷ ଅଥବା ସଂଗଠନକୁ ମନୋନୀତ କରିବାକୁ ପାଠକମାନଙ୍କୁ ଅନୁରୋଧ କରାଯାଇଥିଲା। ଏହି ଅତ୍ୟାବଶ୍ୟକ ବା ଜରୁରୀକାଳୀନ ସେବା ଯୋଗାଉଥିବା ଆଗଧାଡ଼ିର କର୍ମୀମାନେ ପ୍ରାୟ ୮୦ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଥିଲେ। ‘ଟାଇମ୍‌’ ପତ୍ରିକାର ୨୦୨୦ ‘ପର୍ସନ୍‌ ଅଫ୍‌ ଦି ଇୟର୍‌ ରିଡର୍‌ ପୋଲ୍‌’ରେ  ପଛରେ ପଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌, ଫେସ୍‌ବୁକ୍‌ର ସିଇଓ ମାର୍କ ଜୁକର୍‌ବର୍ଗ ଏବଂ ପୋପ୍‌ ଫ୍ରାନ୍‌ସିସ୍‌।

ସମ୍ବନ୍ଧିତ ଖବର