ହ୍ବାଇଟ ହାଉସ ଛାଡ଼ିଲେ ଟ୍ରମ୍ପ, ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ

ନୂଆଦିଲ୍ଲୀ: ଆଜି ନିଜର ନୂଆ ରାଷ୍ଟ୍ରପତି ପାଇବ ଆମେରିକା। ନିର୍ବାଚନ ଜିତିବା ପରେ ଆଜି ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ଏ ନେଇ ସମସ୍ତଙ୍କ ପ୍ରସ୍ତୁତି ଶେଷ ହୋଇଛି। ଆଜି ଭାରତ ସମୟ ସନ୍ଧ୍ୟା ୮ଟା ୩୦ରେ ଜୋ ବାଇଡେନ ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ତେବେ ଶପଥ ଗ୍ରହଣର କିଛି ସମୟ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିଛନ୍ତି। ଟ୍ରମ୍ପ ହ୍ବାଇଟ ହାଉସ ଛାଡ଼ିବା ସହ ପତ୍ନୀ ମେଲାନିଆଙ୍କ ସହ ଫ୍ଲୋରିଡା ଯାତ୍ରା କରିବେ ବୋଲି ଜଣାପଡ଼ିଛି।

ଅନ୍ୟ ପକ୍ଷରେ ବାଇଡେନଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ସନ୍ଧ୍ୟା ୮ଟା ୩୦ରେ ଏକ ସ୍ବାଗତ ଭାଷଣ ଏବଂ ଜାତୀୟ ସଂଗୀତ ଗାନ ସହିତ ଉଦଘାଟନୀ ସମାରୋହ ଆରମ୍ଭ ହେବ। ଏହି ସମାରୋହରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଇଡେନ ଏବଂ କମଳା ହାରିସ୍ ଶପଥ ଗ୍ରହଣ କରିବେ। ଏହି ସମୟରେ ଆମେରିକାର ଉଦଘାଟନୀ ପରମ୍ପରାକୁ ସମ୍ମାନ ଦେବା ସହ ଲୋକମାନଙ୍କୁ ସୁରକ୍ଷିତ ଏବଂ ସୁସ୍ଥ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ଅଫିସ୍ ୱେବସାଇଟ୍ ବାଇଡେନଇନଆଗୁରାଲ ଡଟ୍ କମରେ କୁହାଯାଇଛି।

Joe Biden Oath Ceremony: India Timing, How To Watch And All Other Details
ndtv

ଶପଥ ଗ୍ରହଣ ସମାରୋହ ପାଇଁ ୱାଶିଂଟନ୍ ଯାତ୍ରା ନକରିବାକୁ ଅଧିକାରୀମାନେ ଆମେରିକୀୟମାନଙ୍କୁ ଅନୁରୋଧ କରିଛନ୍ତି। ଏହି ସମାରୋହ ଆମେରିକାର ସମସ୍ତ ପ୍ରମୁଖ ନ୍ୟୁଜ୍ ନେଟୱାର୍କରେ ଏବଂ ବାଇଡେନଇନଆଗୁରାଲ ଡଟ୍ କମରେ ପ୍ରସାରିତ ହେବ। ଏହି ସମାରୋହକୁ ୟୁଟ୍ୟୁବ୍, ଫେସବୁକ୍, ଟ୍ୱିଟର ଏବଂ ଟ୍ୱିଚ୍ ସହିତ ଆମାଜନ ପ୍ରାଇମ ଭିଡିଓ, ମାଇକ୍ରୋସଫ୍ଟ ବିଙ୍ଗ, ଫକ୍ସର ନ୍ୟୁଜ୍ ନାଓରେ ମଧ୍ୟ ଦେଖିହେବ

ସମ୍ବନ୍ଧିତ ଖବର