ରିଆଦ୍ : ସାଉଦି ଆରବ ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ଓ୍ବାସିଂଟନ ପୋଷ୍ଟ ସାମ୍ବାଦିକ ଜମାଲ ଖାସୋଗୀ ହତ୍ୟା ପ୍ରସଙ୍ଗ ଉଠାଇଥିଲେ । ଏପରିକି ବାଇଡେନ ଏହି ହତ୍ୟା ପାଇଁ ସିଧାସଳଖ ସଲମାନଙ୍କୁ ଦାୟୀ କରିଥିବା କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।
ବାଇଡେନ କହିଛନ୍ତି ଯେ ଖୋସୋଗୀଙ୍କ ପ୍ରତି ଯାହା ହେଲା ତାହା ଠିକ ନଥିଲା । ଆଗକୁ ଯଦି ଏପରି ଘଟଣା ହେବ ତାହା ବିରୋଧରେ ଆମେରିକାର ପ୍ରତିକ୍ରିୟା ବେଶ କଡ଼ା ହେବ । ମାନବ ଅଧିକାର ହନନ ମାମଲାରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ପକ୍ଷରେ ନୀରବ ରହିବା ଠିକ ହେବ ନାହିଁ ।
ତେବେ ଏହାର ଜବାବରେ ସଲମାନ କହିଥିଲେ ଯେ ଖାସୋଗୀଙ୍କ ହତ୍ୟା ପାଇଁ ସେ ସିଧାସଳଖ ଦାୟୀ ନୁହନ୍ତି ।
୨୦୧୮ ରେ ତୁର୍କୀର ସାଉଦି ଦୂତାବାସରେ ଜମାଲଙ୍କୁ ହତ୍ୟା କରାଯାଇଥିଲା । ସାଉଦି ଯୁବରାଜଙ୍କ ନିର୍ଦ୍ଦେଶରେ ଏହି ହତ୍ୟା କରାଯାଇଥିଲା ବୋଲି ଆମେରିକୀୟ ଗୁଇନ୍ଦା ଏଜେନ୍ସିମାନେ ରିପୋର୍ଟ ଦେଇଛନ୍ତି ।
ସେହିପରି ତୁର୍କୀ ପକ୍ଷରୁ କୁହାଯାଇଥିଲା ଯେ ୫୯ ବର୍ଷ ବୟସ୍କ ଜମାଲ ଖାସୋଗୀ ସାଉଦି ଆରବର ବୈଦେଶିକ କାର୍ୟ୍ୟାଳୟ (କନଉସୁଲେଟ୍) ମଧ୍ୟରେ ପ୍ରବେଶ କରିବା ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କଟାଯାଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/FXuYsh-UYAABPGa.jpg)