ତାଇଓ୍ବାନକୁ ନେଇ ବାଇଡେନ, ଜିନପିଙ୍ଗ୍ ମୁହାଁମୁହିଁ

ବାଲି : ଇଣ୍ଡୋନେସିଆର ବାଲି ଦ୍ବୀପରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀ ଅବସରରେ ବିଶ୍ବର ଦୁଇ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି ।

ତେବେ ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ମୁହାଁମୁହିଁ ହୋଇଛନ୍ତି । ଜିନପିଙ୍ଗ୍ କହିଛନ୍ତି ଯେ ତାଇଓ୍ବାନ ହେଉଛି ଏକ ଚରମ ରେଖା, ଆମେରିକା ଏହାକୁ ଅତିକ୍ରମ କରିବା ଉଚିତ ନୁହେଁ । ସେହିପରି ବାଇଡେନ କହିଛନ୍ତି ଯେ, ତାଇଓ୍ବାନକୁ ଆମେରିକା ସୁରକ୍ଷା ପ୍ରଦାନ କରିବ । ତାଇଓ୍ବାନ ପ୍ରତି ଚୀନ ଦେଖାଉଥିବା ଆକ୍ରାମକ ଆଭିମୁଖ୍ୟ କେବେହେଲେ ଗ୍ରହଣୀୟ ନୁହେଁ । ଚୀନର ଏପରି କାର୍ଯ୍ୟ କେବଳ ତାଇଓ୍ବାନ ପ୍ରଣା​ଳୀ ନୁହେଁ, ସମଗ୍ର ବିଶ୍ବର ଶାନ୍ତି ଓ ସ୍ଥିରତାକୁ ବ୍ୟାହତ କରୁଛି ବୋଲି ବାଇଡେନ ଜଣାଇଦେଇଛନ୍ତି ।

ତାଇଓ୍ବାନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ହୋଇଥିବାବେଳେ ୟୁକ୍ରେନ ପ୍ରସଙ୍ଗରେ ଏକମତ ହେବା ପରି ଲାଗିଥିଲା । ୟୁକ୍ରେନ ଉପରେ ରୁଷ ପରମାଣୁ ବୋମା ପକାଇବା ଉଚିତ ନୁହେଁ ବୋଲି ଉଭୟ ଏକମତ ହୋଇଛନ୍ତି ।

ହ୍ୱାଇଟ୍ ହାଉସ୍ ବିବୃତ୍ତିରେ କୁହାଯାଇଛି ଯେ ସି ଏବଂ ବାଇଡେନ ଏକମତ ହୋଇଛନ୍ତି ଯେ ପରମାଣୁ ଯୁଦ୍ଧ କଦାପି ଲଢିବା ଉଚିତ୍ ନୁହେଁ , କାରଣ ଏହାକୁ କେହି କେବେ ବି ଜିତିପାରିବେ ନାହିଁ ।

ରୁଷକୁ ସମର୍ଥନ ସତ୍ତ୍ୱେ ଚୀନ୍ ୟୁକ୍ରେନରେ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଇ ନାହିଁ, ଫଳରେ ଏଥିପାଇଁ ରୁଷ ମସ୍କୋ ଇରାନ ଏବଂ ଉତ୍ତର କୋରିଆ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଛି ।

 

ସମ୍ବନ୍ଧିତ ଖବର