ମାଞ୍ଚେଷ୍ଟର : ମାଞ୍ଚେଷ୍ଟର ଟେଷ୍ଟ ଧୀରେ ଧୀରେ ଭାରତ ହାତରୁ ଖସିଯିବା ପରି ଲାଗୁଛି । ଇଂଲଣ୍ଡର ଏହି ଲଢୁଆ ଜବାବ ପଛରେ ରହିଛନ୍ତି ତାରକା ବ୍ୟାଟ୍ସମ୍ୟାନ ଜୋ ରୁଟ୍ । ତାଙ୍କର ୩୮ତମ ଶତକ ବଳରେ ଇଂଲଣ୍ଡର ସ୍କୋର ୪୦୦ ଟପିଯାଇଛି ।

Advertisment

ଆଜିର ଶତକ ସହ ଜୋ ରୁଟ୍ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସଚିନ ତେନ୍ଦୁଲକରଙ୍କ ପରେ ସେ ଟେଷ୍ଟ କ୍ରିକେଟରେ ୨ୟ ସର୍ବାଧିକ ରନ ସ୍କୋରର ପାଲଟିଛନ୍ତି । ପ୍ରଥମ ସ୍ଥାନରେ ଥିବା ସଚିନ ୨୦୦ଟି ଟେଷ୍ଟରେ ମୋଟ ୧୫,୯୨୧ ରନ କରିଥିବାବେଳେ ରୁଟ ପୂର୍ବରୁ ୨ୟ ସ୍ଥାନରେ ଥିବା ରିକି ପଣ୍ଟିଙ୍ଗଙ୍କ ୧୩,୩୭୮ ରନକୁ ଟପିଯାଇଛନ୍ତି । ଏହା ସହିତ ସେ ୨ୟ ସ୍ଥାନରେ ପହଞ୍ଚିଛନ୍ତି ।

ରୁଟଙ୍କ ବୟସ ଏବେ ୩୪ ବର୍ଷ ହୋଇଥିବାବେଳେ ସେ ଆଗକୁ ଆହୁରି କିଛି ବର୍ଷ ଖେଳିବା ଆଶା କରାଯାଉଛି । ଏଣୁ ଆଗକୁ ସଚିନଙ୍କ ରେକର୍ଡ ମଧ୍ୟ ବିପଦରେ ପଡ଼ିବାର ଆଶଙ୍କା ରହିଛି । ତେବେ ଟେଷ୍ଟ ଶତକ ଦୃଷ୍ଟିରୁ ରୁଟ (୩୮ ଶତକ) ଏବେ ବି ସଚିନଙ୍କ ୫୧ ଶତକ ରେକର୍ଡଠାରୁ ବହୁ ଦୂରରେ ଅଛନ୍ତି ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୩୫୮ ରନରେ ଅଲଆଉଟ ହୋଇଥିଲା ।