ରାମ ମନ୍ଦିର ପାଇଁ ପରିବାର ପିଛା ୧୧ ଟଙ୍କା ଓ ପଥର ମାଗିଲେ ଯୋଗୀ

ରାଞ୍ଚି: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଶୁକ୍ରବାର ଏକ ନୂଆ ବିବାଦ ସୃଷ୍ଟି କରିଛି | ଯୋଗୀ ଶୁକ୍ରବାର ଦିନ ଝାଡ଼ଖଣ୍ଡରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ଦେବାକୁ ଆହ୍ୱାନ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆୟୋଜିତ ସମାବେଶରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗ ଦେଇଥିଲେ |

photo by : Livemint

ଏଠାରେ ସେ ବିଜେପି ପ୍ରାର୍ଥୀ ନଗେନ୍ଦ୍ର ମାହାତୋଙ୍କ ପାଇଁ ଜନସଭାକୁ ସମ୍ବୋଧିତ କରିଥିଲେ | ଏହି ଅଵସରରେ ଯୋଗୀ କହିଥିଲେ ଯେ ୫୦୦ ବର୍ଷର ପୁରୁଣା ରାମମନ୍ଦିର ବିବାଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ ଯୋଗୁଁ ସମାଧାନ କରାଯାଇପାରିଛି | ସେ କହିଛନ୍ତି କିଛି ଦଳ କିନ୍ତୁ ଏହି ବିବାଦ ସମାଧାନ ହେଉ ବୋଲି ଚାଁହୁନଥିଲେ |

ଯୋଗୀ କହିଥିଲେ ଯେ ଖୁବ ଶୀଘ୍ର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯିବ | ଏଥିପାଇଁ ପ୍ରତି ପରିବାରକୁ ୧୧ ଟଙ୍କା ସହ ଗୋଟିଏ ପଥର ଦେବା ଆବଶ୍ୟକ | ଏହି ଜନସଭାରେ ଯୋଗୀ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମଧ୍ୟ ଟାର୍ଗେଟ କରିଥିଲେ | ଯୋଗୀ କହିଥିଲେ ଯେ ଗରିବ, ଯୁବ ବର୍ଗ ଓ ସମାଜର ଅନ୍ୟ ଲୋକଙ୍କ ସେବା କରିବା ଅପେକ୍ଷା କେବଳ ଶାସନ ଗାଦୀରେ ବସିବାକୁ ଏହି ତିନି ଦଳ ଚାଁହୁଛନ୍ତି |

ସମ୍ବନ୍ଧିତ ଖବର