ମୁମ୍ବାଇ: ଅଭିନେତା ଜନ୍ ଆବ୍ରାହାମ୍ ଏବଂ ପତ୍ନୀ ପ୍ରିୟା ରୁଞ୍ଚଲ୍ କୋଭିଡ୍-୧୯ ପଜିଟିଭ୍ ହୋଇଛନ୍ତି। ଏ ସଂକ୍ରାନ୍ତରେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡଲ୍ରେ ପ୍ରଶଂସକମାନଙ୍କୁ ସୂଚନା ଦେବା ସହ ‘ହୋମ୍ କ୍ବାରେଣ୍ଟିନ୍’ରେ ଥିବା କଥା କହିଛନ୍ତି।
Image Courtesy of India Todayଇନ୍ଷ୍ଟାଗ୍ରାମ୍ରେ ଜନ୍ ଆବ୍ରାହାମ୍ ପ୍ରଶଂସକ ଓ ବନ୍ଧୁମାନଙ୍କ ଗୋଚରାର୍ଥେ ଲେଖିଛନ୍ତି ଯେ, ୩ ଦିନ ତଳେ ସେ ଜଣେ କୋଭିଡ୍ ପଜିଟିଭ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏ କଥା ଜନ୍ ପରେ ଜାଣି ପାରିଥିଲେ। ସେ ଏବଂ ପତ୍ନୀ ପ୍ରିୟାଙ୍କ ଠାରେ ସାମାନ୍ୟ ସଂକ୍ରମଣ ଦେଖାଦେଇଛି। ଏବେ ସେମାନେ ଘରେ ‘କ୍ବାରେଣ୍ଟିନ୍’ରେ ଥିବାରୁ କାହା ସହ ଦେଖା ହୋଇନାହିଁ। ଉଭୟ ଟିକା ନେଇଥିବାରୁ ସଂକ୍ରମଣ ସାମାନ୍ୟ ହୋଇଛି। ଆପଣମାନେ ସୁସ୍ଥ ଓ ନିରାମୟ ରୁହନ୍ତୁ। ମାସ୍କ୍ ପରିଧାନ କରନ୍ତୁ।
Image Courtesy of India Todayସୂଚନାଯୋଗ୍ୟ, ଦୁଇ ସପ୍ତାହ ତଳେ ଡିସେମ୍ବର ୧୭ ତାରିଖରେ ନୂଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଜନ୍ ତାଙ୍କ ଜନ୍ମଦିନ ପାଳନର ଫଟୋ ସେୟାର୍ କରିଥିଲେ। ଟିଜ୍ କରାଯାଇଥିବା ତାଙ୍କର ସମସ୍ତ ପୋଷ୍ଟ୍ଗୁଡ଼ିକୁ ଡିଲିଟ୍ କରିବା ପରେ ପୁନର୍ବାର ସାମାଜିକ ଗଣମାଧ୍ୟମକୁ ପ୍ରତ୍ୟାବର୍ତ୍ତନ କରିବାରେ ଏହା ଥିଲା ପ୍ରଥମ ଘଟଣା। ସେଥିରେ ସେ ଓ ତାଙ୍କ ପତ୍ନୀ ଏବଂ ସେମାନଙ୍କର ପୋଷା କୁକୁରର ଫଟୋ ରହିଥିଲା।
୨୦୧୪ରେ ଜନ୍ ପ୍ରିୟାଙ୍କୁ ବିବାହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/John-His-Wife-Covid-Positive_Thumbnail.jpg)