ଷ୍ଟକହୋମ୍ : ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

Advertisment

ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବ​ଳ ଓ ଅବହେଳିତ ବର୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି ।

୧୯୫୯ ମସିହାରେ ନରଓ୍ବେରେ ଜନ୍ମିତ ଜନଙ୍କୁ ଯେତେବେଳେ ୭ ବର୍ଷ ବୟସ ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ତେବେ ସେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ତାଙ୍କ ଲେଖାକୁ ସାରା ଜୀବନ ପ୍ରଭାବିତ କରିଥିବା କୁହାଯାଏ ।

ଲଣ୍ଡନର ଖବରକାଗଜ ‘ଦି ଡେଲି ଟେଲିଗ୍ରାଫ୍’ର ଏକ ରିପୋର୍ଟ ଅନୁସାରେ ବିଶ୍ବର ୧୦୦ ଜଣ ଜୀବନ୍ତ କିମ୍ବଦନ୍ତି ମଧ୍ୟରୁ ସେ ଅନ୍ୟତମ ।

ଚଳିତ ବର୍ଷ ନେବେଲ୍ ଦୌଡ଼ରେ ବ୍ରିଟିସ୍ ସାହିତ୍ୟିକ ସଲମାନ୍ ରୁଶଡି ଥିଲେ ବୋଲି ଚର୍ଚ୍ଚା ହୋଇଥିଲା। କେବଳ ରୁଶଡି ନୁହନ୍ତି, ରୁଷ ସମାଲୋଚକ ଲ୍ୟୁଡମିଲା ଉଲିତସ୍କାୟା ମଧ୍ୟ ପୁରସ୍କାର ଦୌଡ଼ରେ ସାମିଲ୍ ଥିବା କୁହାଯାଉଥିଲା।