ଜନ୍‌ସନ୍‌ ସାମ୍ପୁ ଅସୁରକ୍ଷିତ, ଆପଣଙ୍କ ଶିଶୁଙ୍କ ପାଇଁ ହୋଇପାରେ ବିପଜ୍ଜନକ: ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ ଆମେରିକା କମ୍ପାନୀ ଜନ୍‌ସନ୍‌ ଏଣ୍ଡ ଜନ୍ସନ କମ୍ପାନୀର ବେବି ସାମ୍ପୁକୁ ତୁରନ୍ତ ମାର୍କେଟରୁ ଫେରାଇନେବାକୁ ନିର୍ଦ୍ଦେଶ ଦେଇଛନ୍ତି |

ଆୟୋଗ ଏହି ସାମ୍ପୁରେ ହାନିକାରକ ରାସାୟନିକ ପଦାର୍ଥ ଥିବାର କହିଛନ୍ତି |ଏହାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି | ସାମ୍ପୁ ସୁରକ୍ଷିତ ଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି | କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ରାଜସ୍ଥାନର ଏକ ପରୀକ୍ଷାଗାରରେ ଭୁଲରେ ଏହି ତଥ୍ୟ ଦିଆଯାଇଛି ଯେ ସାମ୍ପୁରେ ହାନିକାରକ ରାସାୟନିକ ପଦାର୍ଥ ରହିଛି | ତେବେ ଏହି ସାମ୍ପୁରେ ସେଭଳି କୌଣସି ହାନିକାରକ କେମିକାଲ ନାହିଁ |

ଏହାକୁ ନେଇ କମ୍ପାନୀ ଆୟୋଗର ଦ୍ୱାରସ୍ଥ ହୋଇଥିଲା | ତେବେ ଆୟୋଗ ଏହାକୁ ଅଗ୍ରାହ୍ୟ କରିଦେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଜନସନ ବ୍ରାଣ୍ଡର ବେବି ସାମ୍ପୁ ଓ ପାଉଡରକୁ ପରୀକ୍ଷା କରିବାକୁ କହିଥିଲେ | ଏବେ ଆୟୋଗ ଏହି ସାମ୍ପୁକୁ ମାର୍କେଟରୁ ଫେରାଇଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଆୟୋଗ କହିଛନ୍ତି ଯେ ମାର୍କେଟରେ ଏହି ସାମ୍ପୁ ଏବେ ବି ମିଳୁଥିବାରୁ ଲୋକ ଏହାକୁ ବ୍ୟବହାର କରିବେ | ତେଣୁ ତୁରନ୍ତ ମାର୍କେଟରୁ ଫେରାଇଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର