ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ବେବି ପାଉଡର୍‌ରେ କ୍ୟାନ୍‌ସର୍‌ ସୃଷ୍ଟିକାରୀ ଆଜ୍‌ବେଷ୍ଟସ୍‌ ମିଶ୍ରଣ: ରିପୋର୍ଟ ଉପରେ ତଦନ୍ତ କରୁଛି ଭାରତ

ନୂଆଦିଲ୍ଲୀ: ବହୁଦେଶୀୟ ଆମେରିକୀୟ କମ୍ପାନି ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ତିଆରି କରୁଥିବା କୋଳଛୁଆଙ୍କ ଦେହଲଗା ପାଉଡର୍‌ରେ କର୍କଟ ରୋଗ ସୃଷ୍ଟିକାରୀ ଆଜ୍‌ବେଷ୍ଟସ୍‌ ମିଶୁଥିବା ପ୍ରସଙ୍ଗ ଏବେ ବିଚାରାଧୀନ ରହିଛି ବୋଲି ଭାରତର କେନ୍ଦ୍ରୀୟ ଔଷଧ ନିୟନ୍ତ୍ରକ ‘ସିଡିଏସ୍‌ସିଓ’ କହିଛି।

ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌ ବେବି ପାଉଡର୍‌ ଭାରତରେ ବହୁଳ ବ୍ୟବହାର ହୋଇ ଆସୁଛି। ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ (ସିଡିଏସ୍‌ସିଓ) ଗଣମାଧମକୁ କହିଛି ଯେ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରାଯିବ କି, ନାହିଁ ତାହା ଏତେ ଶୀଘ୍ର କହି ହେବ ନାହିଁ।

ସିଡିଏସ୍‌ସିଓ ଅଧିକାରୀ କେ ବଙ୍ଗାରୁରାଜନ କହନ୍ତି: ଆମେ ୨୦୧୬ରେ ନମୁନା ପରୀକ୍ଷା କରିଥିଲୁ, କିନ୍ତୁ, ସେଥିରେ ସେଭଳି କୌଣସି ଜିନିଷ ମିଳିଲା ନାହିଁ। ନମୁନା ସବୁ ଭାରତୀୟ ମାନକ ସହ ମେଳ ଖାଇବା ଭଳି ଥିଲା।

ଗତ ସପ୍ତାହରେ ରିପୋର୍ଟ ପ୍ରକାଶିତ ହେବା ପରେ, ବଜାରରେ ବଦନାମ ହେଉଥିବା ଜନ୍‌ସନ୍‌ ଓ ଜନ୍‌ସନ୍‌ କହିଛି: ଏ ଯାଏଁ ଭାରତ ସରକାର ତାଙ୍କ ସହ ଯୋଗାଯୋଗ କରି ନାହିଁ। ଗଣମାଧ୍ୟର ରିପୋର୍ଟ ଏକ ତରଫା ଏବଂ ମିଥ୍ୟା ଏବଂ ଅତିରଞ୍ଜିତ।

ରଏଟର୍‌ ନାମକ ସମ୍ବାଦ ସରବରାହ ସଂସ୍ଥା କମ୍ପାନିର ମେମୋ, ଅଭ୍ୟନ୍ତର ରିପୋର୍ଟ ଏବଂ ଅନ୍ୟାନ୍ୟ ଗୋପନୀୟ ଦଲିଲ ଯାଞ୍ଚ କରିଥିଲା। ୧୯୭୧ ରୁ ୨୦୦୦ ମସିହା ଆଦ୍ୟ ଭାଗ ଯାଏଁ ପ୍ରସ୍ତୁତ ପାଉଡର୍‌ରେ ସ୍ୱଳ୍ପ ମାତ୍ରାରେ ଆଜ୍‌ବେଷ୍ଟସ୍‌ ଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର