ନ୍ୟୁ ବ୍ରୁନ୍ସ୍ଓ୍ଵିକ୍: ୧୬ ଏବଂ ୧୭ ବର୍ଷ ବୟସ୍କ କିଶୋର/କିଶୋରୀଙ୍କ ସମେତ ତରୁଣ/ତରୁଣୀମାନଙ୍କ ଶରୀରରେ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ କୋଭିଡ୍-୧୯ ଟିକା ପରୀକ୍ଷା ଆରମ୍ଭ କରିଛି।
ଗତବର୍ଷ ସେପ୍ଟେମ୍ବର ମାସରୁ ନ୍ୟୁ ବ୍ରୁନ୍ସ୍ଓ୍ଵିକ୍ରେ ପ୍ରାପ୍ତ ବୟସ୍କମାନଙ୍କ ଶରୀରରେ ଚାଲିଥିବା ଏହି ଟିକାର ଅଧ୍ୟୟନ ଏବେ ତରୁଣ/ତୁରଣୀମାନଙ୍କ ଉପରେ କରାଯିବ ବୋଲି ନ୍ୟୁ-ଜର୍ସିର କମ୍ପାନି ‘ଜନ୍ସନ୍ସ୍ ଆଣ୍ଡ୍ ଜନ୍ସନ୍ସ୍’ କହିଛି। ଉପରୋକ୍ତ ବୟସର ତରୁଣ/ତରୁଣୀମାନଙ୍କ ଉପରେ ହୋଇଥିବା ଅଧ୍ୟୟନରୁ ପ୍ରାପ୍ତ ପ୍ରାଥମିକ ତଥ୍ୟ ଅଧ୍ୟୟନ କରାଯିବା ପରେ ୧୨ ରୁ ୧୫ ବର୍ଷ ବୟସ୍କ ପିଲାମାନଙ୍କ ଉପରେ ଏହି ଟିକା ଅଧ୍ୟୟନ କରାଯିବ।
Image Courtesy of Wall Street Journalଜନ୍ସନ୍ ଆଣ୍ଡ୍ ଜନ୍ସନ୍ କହିଛି ଯେ, ଏହି ପରୀକ୍ଷା ନିମନ୍ତେ ପ୍ରଥମେ ଇଂଲଣ୍ଡ୍ ଓ ସ୍ପେନ୍ର ତରୁଣ/ତରୁଣୀଙ୍କୁ ସ୍ୱେଚ୍ଛାସେବୀ ଭାବେ ଗ୍ରହଣ କରାଯାଇଛି। ଏହାଛଡ଼ା, ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ନେଦର୍ଲାଣ୍ଡ୍ସ୍, ବ୍ରାଜିଲ୍ ଏବଂ ଆର୍ଜେଣ୍ଟିନାର ପିଲାମାନଙ୍କୁ ମଧ୍ୟ ଏହି ଅଧ୍ୟୟନରେ ସାମିଲ କରାଯିବ।
ଉଭୟ ଏକ ଡୋଜ୍ ଏବଂ ଦୁଇ ଡୋଜ୍ବିଶିଷ୍ଟ ଟିକାର ନିରାପତ୍ତା ଏବଂ ଫଳପ୍ରଦତା ଉପରେ ଅଧ୍ୟୟନ ନିମନ୍ତେ ଏହି ପରୀକ୍ଷା କରାଯାଉଛି। ପ୍ରଥମ ଡୋଜ୍ ନେବାର ଦୁଇରୁ ତିନି ମାସ ମଧ୍ୟରେ ଏହି ଟିକାର ଦ୍ୱିତୀୟ ଡୋଜ୍ ଦିଆଯିବ।
ଅନ୍ତଃସତ୍ତ୍ୱା ମହିଳା ଏବଂ ପିଲାମାନଙ୍କ ଶରୀରରେ ମଧ୍ୟ ଏହି ଟିକା ଅଧ୍ୟୟନ କରାଯିବ ବୋଲି ଏହି କମ୍ପାନିର ‘ଜାନ୍ସେନ୍ ଫାର୍ମାସ୍ୟୁଟିକାଲ୍ସ୍ ୟୁନିଟ୍’ର ବୈଶ୍ୱିକ ମୁଖ୍ୟ ଡାକ୍ତର ମାଥାଇ ମାମେନ୍ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/vacci.jpg)