ଭାରତରେ କୋଭିଡ -୧୯ ଟିକା ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କଲା ଜନସନ ଆଣ୍ଡ ଜନସନ

ନୂଆଦିଲ୍ଲୀ: ଜନସନ ଆଣ୍ଡ ଜନସନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି | ଭାରତରେ ନିଜ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)ଠାରୁ ଅନୁମତି ମାଗିଥିବା ବେଳେ ଏବେ ସେ ନିଜ ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କରି ନେଇଥିବା ଜଣାପଡ଼ିଛି | ଏନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଡିସିଜିଆଇ | ତେବେ ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜନସନ ଆଣ୍ଡ ଜନସନ ଏହା ପଛର କାରଣ ସ୍ପଷ୍ଟ କରିନାହିଁ |

indiatoday.in

ଆମେରିକା-ଭିତ୍ତିକ କମ୍ପାନି ଜନସନ ଆଣ୍ଡ ଜନସନ ଭାରତରେ ନିଜ କୋଭିଡ୍ -୧୯ ଟିକାର ବ୍ରିଜିଙ୍ଗ କ୍ଲିନିକାଲ୍ ଅଧ୍ୟୟନ ପାଇଁ ଏପ୍ରିଲରେ ଅନୁମୋଦନ ଲୋଡିଥିଲା। ପୂର୍ବରୁ ଏହା ମଧ୍ୟ ସୂଚନା ମିଳିଥିଲା ଯେ, ଜନସନ ଆଣ୍ଡ ଜନସନ ଟିକାର ହଜାରେ ଡୋଜ ଜୁଲାଇରେ ଭାରତରେ ପହଞ୍ଚିପାରେ। ଏବେ ହଠାତ ଜନସନ ଆଣ୍ଡ ଜନସନ ଅନୁମୋଦନ ପ୍ରସ୍ତାବ ପ୍ରତ୍ୟାହାର କରିନେବା ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହାର କାରଣ ଜଣାପଡ଼ିନାହିଁ |

ସମ୍ବନ୍ଧିତ ଖବର