ଭାରତରେ ଉପଲବ୍ଧ ହେବ ଜନସନର ଏକକ ଡୋଜ୍ କରୋନା ଟିକା

ନୂଆଦିଲ୍ଲୀ : ଆମେରିକୀୟ କରୋନା ଟିକା ମଡର୍ଣ୍ଣାକୁ ଜରୁରୀକାଳୀନ ଅନୁମତି ଦେବା ପରେ ଭାରତ ସରକାର ଏବେ ଆଉ କେତୋଟି ବିଦେଶୀ ଟିକା ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି । ସେଗୁଡ଼ିକ ମଧ୍ୟରେ ରହିଛି ଜନସନ ଏଣ୍ଡ ଜନସନର କରୋନା ଟିକା ଜାନସେନ ।

ଏ ସମ୍ପର୍କରେ ସୂଚନା ଦେଇ ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ତଥା ସରକାରଙ୍କ କୋଭିଡ ଟିକା ସମ୍ପର୍କିତ ବିଶେଷଜ୍ଞ ଗୋଷ୍ଠୀର ମୁଖ୍ୟ ଡ. ଭି.କେ. ପଲ କହିଛନ୍ତି ଯେ ଜନସନ କମ୍ପାନି ସହ ଏବେ କଥାବାର୍ତ୍ତା ଚାଲିଛି ଓ ଏହା ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଛି । ଆଶା କରାଯାଇପାରିବ ଯେ ଜନସନର ଥରେ ଦିଆଯାଉଥିବା ଟିକା ଜାନସେନ ଭାରତରେ ଉପଲବ୍ଧ ହେବ । ଯୋଜନା ଅନୁସାରେ ଏହି ଟିକାକୁ ଭାରତରେ ହାଇଦ୍ରାବାଦ ସ୍ଥିତ ବାୟୋଲଜିକା ଇ କମ୍ପାନି ଦ୍ବାରା ଉତ୍ପାଦନ କରାଯିବ ।

ଜନସନର ଏହି ସିଙ୍ଗଲ ଡୋଜ୍ ଟିକା ଭାରତରେ ଉପଲବ୍ଧ ହେବା ପରେ ଟିକାକରଣର ବେଗ ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ସିଙ୍ଗଲ ଡୋଜ୍ ହୋଇଥିବାରୁ କମ ସମୟରେ ଅଧିକ ଲୋକଙ୍କୁ ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇପାରିବ ।

ସମ୍ବନ୍ଧିତ ଖବର