କଂଗ୍ରେସରେ ତୀବ୍ର ହେଉଛ ଗୋଷ୍ଠୀ କନ୍ଦଳ; ଅସନ୍ତୁଷ୍ଟଙ୍କୁ ଦଳ ଛାଡ଼ି ନୂତନ ଦଳ ଗଢ଼ିବାକୁ ଆହ୍ଵାନ ଦେଲେ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ

ନୂଆଦିଲ୍ଲୀ: ସଦ୍ୟ ଅନୁଷ୍ଠିତ ହୋଇଯାଇଥିବା ବିହାର ବିଧାନସଭା ଓ ଅନ୍ୟ କିଛି ରାଜ୍ୟର ଉପ ନିର୍ବାଚନର ଫଳାଫଳକୁ ନେଇ ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସରେ ବିବାଦ ଓ ଗୋଷ୍ଠୀ କନ୍ଦଳ କ୍ରମେ ତୀବ୍ର ହେବାରେ ଲାଗିଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳର କିଛି ବରିଷ୍ଠ ନେତା ଦଳର ନେତୃତ୍ୱ ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁମାନେ କଂଗ୍ରେସକୁ ସମାଲୋଚନା କରୁଛନ୍ତି ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟକଳାପରେ ଲିପ୍ତ ରହିବା ପରିବର୍ତ୍ତେ ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି କିମ୍ବା ନିଜର ନୂଆ ଦଳ ମଧ୍ୟ ଆରମ୍ଭ କରିପାରିବେ ବୋଲି ଆଜି ଦଳର ଅନ୍ୟ ଜଣେ ବରିଷ୍ଠ ନେତା କହବା ସହ ସେମାନଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି।

ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଏପରି କହିବା ସହ ଏହା ମଧ୍ୟ କହିଛନ୍ତି ଯେ ଏଭଳି ନେତାମାନେ ଗାନ୍ଧୀ- ଦଳର ସଭାପତି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନିକଟତର ଥିଲେ ଏବଂ ସେମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁକ୍ତ ଥିଲେ। ଯଦି କିଛି ନେତା ଭାବନ୍ତି ଯେ କଂଗ୍ରେସ ସେମାନଙ୍କ ପାଇଁ ସଠିକ୍‌ ଦଳ ନୁହେଁ; ତା’ହେଲେ ସେମାନେ ଏକ ନୂତନ ଦଳ ଗଠନ କରିପାରନ୍ତି କିମ୍ବା ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି ଯାହାକୁ ସେମାନେ ପ୍ରଗତିଶୀଳ ଏବଂ ସେମାନଙ୍କ ଆଗ୍ରହ ଅନୁଯାୟୀ ଭାବନ୍ତି। କିନ୍ତୁ ଏହା ପରଠାରୁ ସେମାନେ ଏପରି ଲଜ୍ଜାଜନକ କାର୍ଯ୍ୟରେ ଲିପ୍ତ ରହିବା ଉଚିତ ନୁହେଁ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି।

News24

ଉଳ୍ଲେଖଯୋଗ୍ୟ, ବିହାର ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ସୋମବାର ଦିନ କପିଲ ସିବଲ ଜାତୀୟ ସ୍ତରର ଏକ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହଥିଲେ ଯେ କଂଗ୍ରେସ ଦଳର ଅବନତି ଘଟୁଛି, ଅନୁସନ୍ଧାନର ସମୟ ସମାପ୍ତ ହୋଇଛି ଏବଂ ଦଳ ନିଜର ଦୋଷ ଦୁର୍ବଳତାକୁ ଚିହ୍ନିବା ପାଇଁ ସାହସୀ ଏବଂ ଇଚ୍ଛୁକ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର