ସ୍ୱିଡେନ୍‌, ଫିନଲାଣ୍ଡ୍‌କୁ ରୁଷ୍‌ର ଚେତାବନୀ: ନାଟୋରେ ଯୋଗ ଦେଲେ ସାଂଘାତିକ ପରିଣାମ ଭୋଗିବ

ମସ୍କୋ: ୟୁକ୍ରେନ ବିରୋଧରେ ରୁଷ୍‌ ଏହାର ଆକ୍ରମଣ ଜାରି ରଖିଥିବାବେଳେ ଇତି ମଧ୍ୟରେ ସ୍ବିଡେନ୍‌ ଏବଂ ଫିନଲାଣ୍ଡକୁ ମଧ୍ୟ କଡ଼ା ଚେତାବନୀ ଦେଇଛି। ରୁଷ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଏକ ଚେତାବନୀ ଜାରି କରି କହିଛନ୍ତି, ଯଦି ସ୍ବିଡେନ୍‌ ଏବଂ ଫିନଲାଣ୍ଡ ନାଟୋରେ ଯୋଗ ଦିଅନ୍ତି ତେବେ ସାଂଘାତିକ ପରିଣାମ ଭୋଗିବେ।

ନାଟୋ ସାମରିକ ମେଣ୍ଟକୁ ଯାଇ ରୁଷ୍‌ର ସୁରକ୍ଷା ପ୍ରତି ବିପଦର କାରଣ ହେଉଥିବା ରାଷ୍ଟ୍ରଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ରୁଷ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣ ଆହୁରି ଜୋର୍‌ଦାର କରିଛି। ରାଜଧାନୀ କିବ୍‌ ଦଖଲ ପାଇଁ ରୁଷ୍‌ ରକ୍ତପାତ କରୁଛି। କିନ୍ତୁ ୟୁକ୍ରେନ୍‌ ସେନା ରୁଷ୍‌ ସେନାର କଡ଼ା ବିରୋଧ କରୁଛନ୍ତି। ୟୁକ୍ରେନ୍‌ ମାଟିରେ ଏବେ ଲକ୍ଷାଧିକ ରୁଷ୍‌ ସୈନିକ ପଶି ଜୋରଦାର ଲଢ଼େଇ କରୁଛନ୍ତି। କିବ୍‌ ସମେତ ୟୁକ୍ରେନ୍‌ର ପ୍ରମୁଖ ସହରମାନଙ୍କରେ ରୁଷ୍‌ ମିସାଇଲ ମାଡ଼ କରୁଛି।

ସମ୍ବନ୍ଧିତ ଖବର