ନୂଆଦିଲ୍ଲୀ: ଆତଙ୍କବାଦ ସାରା ବିଶ୍ୱ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହାର ମୂଳପୋଛ ପାଇଁ ଭାରତ ଓ ଫ୍ରାନ୍ସ ପରସ୍ପରର ସହଯୋଗ କରିବେ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜ୍ୟାଁ ଲା ଦ୍ରେନ ଓ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଧ୍ୟରେ ଆଲୋଚନା ବେଳେ ଆତଙ୍କବାଦକୁ ମୁଖ୍ୟ ପ୍ରସଙ୍ଗ ଭାବେ ରଖାଯାଇଛି। ଉଭୟ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ସେ ଭାରତ ଆସିଥିବା ଲା ଦ୍ରେନ କହିଛନ୍ତି । ଉଭୟ ନେତା କହିଛନ୍ତି ଯେ, ଯେଉଁ ରାଷ୍ଟ୍ରମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ସେମାନଙ୍କୁ ସବୁପ୍ରକାର ସହଯୋଗ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜାତିସଂଘରେ ନିବେଦନ କରାଯିବ। ଏହା ସହିତ ଭାରତ ମହାସାଗର ଅଞ୍ଚଳରେ ତଟ ସୁରକ୍ଷାରେ ଉଭୟ ଦେଶର ସହଯୋଗିତା ନେଇ ମଧ୍ୟ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଲାଦ୍ରେନ୍ ସାକ୍ଷାତ କରି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିଛନ୍ତି। ଅପରାହ୍ନରେ ସେ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜୟପୁରରେ ଆୟୋଜିତ ହେବାକୁ ଥିବା ଭାରତ-ଫ୍ରାନ୍ସର ମିଳିତ କାର୍ଯ୍ୟକ୍ରମ ‘ବଞ୍ଜର୍ ଇଣ୍ଡିଆ’ ରେ ମଧ୍ୟ ସେ ଯୋଗଦେବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ଆତଙ୍କବାଦ ବିରୋଧରେ ହେବ ମିଳିତ ସଂଗ୍ରାମ
ଭାରତ ଗସ୍ତରେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ
/sambad/media/post_attachments/wp-content/uploads/2017/11/jsr_0114.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)