ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର କିଭଳି ତିକ୍ତତା ଭିତରେ ଚାଲିଛି ତାହା ସାମ୍ନାକୁ ଆସିଛି। ନିକଟରେ ସରକାରକୁ ସୁରକ୍ଷା ଦେବାପାଇଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ମନକଥା କହିଛନ୍ତି। ସେ କହିଛନ୍ତି ସରକାରକୁ ସୁରୁଖୁରୁରେ ଚଳାଇବା ଦାୟିତ୍ବ ତାଙ୍କ ଉପରେ ରହିଛି। ଏଥିପାଇଁ ପ୍ରତିଦିନ ତାଙ୍କୁ ଯେଉଁ କଷ୍ଟ ଦେଇ ଅତିକ୍ରମ କରିବାକୁ ପଡ଼ୁଛି ତାହା ସେ ଚାହିଲେ ବି ପ୍ରକାଶ କରିପାରୁନାହାନ୍ତି । ମେଣ୍ଟ ସରକାର ତାଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛି ବୋଲି କୁମାରସ୍ବାମୀ ଚନ୍ନପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି। କୁମାରସ୍ବାମୀ ପୁଣିଥରେ ଅଭିଯୋଗ କରିଛନ୍ତି ଯେ ତାଙ୍କର ଜଣେ ବିଧାୟକଙ୍କୁ ବିଜେପି ୧୦ କୋଟି ଟଙ୍କାର ଲୋଭ ଦେଖାଇଥିଲା।
ମେଣ୍ଟ ପାଇଁ ଯନ୍ତ୍ରଣା ଭୋଗୁଛି: କୁମାରସ୍ବାମୀ
/sambad/media/post_attachments/wp-content/uploads/2019/06/kumar-swami.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)