ଆଜିଠାରୁ ଗୋଆ ତଟୀୟ ଆରବ ସାଗରରେ ଆରମ୍ଭ ହୋଇ ଯାଇଛି ଭାରତ- ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ

ପାଣାଜୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ମିଳିତ ନୌ ସମରାଭ୍ୟାସ ‘ବରୁଣା’ ଗୁରୁବାର ଗୋଆ ତଟୀୟ ଆରବ ସଗରରେ ଆରମ୍ଭ ହୋଇଯାଇଛି। ଭାରତୀୟ ଓ ପ୍ରାନ୍ସ ନୌସେନାର ଏହି ମିଳିତ ସମରଭ୍ୟାସ ମେ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଭାରତୀୟ ବିମାନବାହୀ ଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ଓ ଫ୍ରାନ୍ସର ବିମାନବାହୀ ଜାହାଜ ଚାର୍ଲସ ଦେ ଗଉଲେ ଏହି ସମରାଭ୍ୟାସରେ ସାମିଲ୍‌ ହେବେ।

ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ବ୍ୟତୀତ ଆଇଏନ୍‌ଏସ୍‌ ମୁମ୍ବାଇ, ଟେଗ୍‌ କ୍ଲାସ୍‌ ଫ୍ରାଇଗେଟ୍‌, ଆଇଏନ୍‌ଏସ୍‌ ତରକ୍ସ, ଦ ଶିଶୁମାର-କ୍ଲାସ୍‌ ସବ୍‌ମେରାଇନ୍‌, ଆଇଏନ୍‌ଏସ୍‌ ଶଙ୍ଖୁଲ ଏବଂ ଦୀପକ-କ୍ଲାସ ଫ୍ଲିଟ୍‌ ଟାଙ୍କର୍‌, ଆଇଏନ୍‌ଏସ୍‌ ଦୀପକ ମଧ୍ୟ ଏହି ସମରଭ୍ୟାସରେ ସାମିଲ୍‌ ହେବେ।

ସେହିପରି ଭାବେ ପ୍ରାନ୍ସର ଧ୍ୱଂସକାରୀ ଏଫ୍‌ଏନ୍‌ଏସ୍‌ ଫୋର୍‌ବିନ୍‌, ଏଫ୍‌ଏନ୍‌ଏସ୍‌ ପ୍ରୋଭେନ୍ସ, ଦ ଫ୍ରାଇଗେଟ୍‌ ଏଫ୍‌ଏନ୍‌ଏସ୍‌ ଟ୍ରେଭିଲେ, ଦ ଟାଙ୍କର୍‌ ଏଫ୍‌ଏନ୍‌ଏସ୍‌ ମେରାଇନ୍‌ ଏବଂ ନ୍ୟୁକ୍ଲିୟର୍‌ ସବ୍‌ମେରାଇନ୍‌ ମଧ୍ୟ ଏଥିରେ ଅଂଶୀଦାରିତା ଗ୍ରହଣ କରିବେ।

ଏହି ନୌ ସମରାଭ୍ୟାସରେ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ ପରି ରାଫେଲ୍‌ ଜେଟ୍‌ ମଧ୍ୟ ସାମିଲ୍‌ ହେବ।

ସମ୍ବନ୍ଧିତ ଖବର