ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ ପାଇଁ ସୁପାରିଶ ହୋଇଛି। ବିଜେପି-ପିଡିପି ମେଣ୍ଟ ସରକାରରୁ ଆଜି ବିଜେପି ଓହରି ଆସିବା ପରେ ସରକାରର ପତନ ଘଟିବା ସହ ରାଜ୍ୟପାଳ ଶାସନ ଲାଗୁ ପାଇଁ ରାସ୍ତା ସଫା ହୋଇଯାଇଥିଲା। ବିଜେପି, କଂଗ୍ରେସ ଏବଂ ନ୍ୟାସନାଲ କନ୍୍ଫରେନ୍୍ସ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଅନୁରୋଧ କରିଥିଲେ ଏବଂ ନିକଟ ଭବିଷ୍ୟତରେ କୌଣସି ମେଣ୍ଟ ସରକାର ଗଠନର ସମ୍ଭାବନା ନଥିବା ଜଣାଇଥିଲେ। ରାଜ୍ୟରେ ମୋଟ ୮୭ଟି ଆସନରୁ ପିଡିପିକୁ ୨୮, ବିଜେପିକୁ ୨୫, ନ୍ୟାସନାଲ କନ୍୍ଫରେନ୍୍ସକୁ ୧୫, କଂଗ୍ରେସକୁ ୧୨ ଏବଂ ଅନ୍ୟ ଦଳଙ୍କୁ ୭ଟି ଆସନ ମିଳିଥିଲା। ନିର୍ବାଚନ ପାଇଁ ଆହୁରି ପ୍ରାୟ ୩ ବର୍ଷ ସମୟ ଥିଲେ ମଧ୍ୟ ସାଂପ୍ରତିକ ସ୍ଥିତିରେ ପୁଣି ନୂତନ ମେଣ୍ଟ ସରକାର ଗଠନ ପାଇଁ ପ୍ରୟାସ ହେବନାହିଁ ବୋଲି ରାଜନୈତିକ ଦଳଗୁଡ଼ିକ ସ୍ପଷ୍ଟ କରିବା ପରେ ଆଜି ରାତି ପ୍ରାୟ ସାଢ଼େ ୮ଟା ବେଳେ ରାଜ୍ୟପାଳ ଶାସନ ଲାଗୁ ପାଇଁ ସୁପାରିଶ ହୋଇଥିଲା।
କଂଗ୍ରେସ ସମେତ ଅନ୍ୟ ଦଳ ଓ ସ୍ୱାଧୀନ ବିଧାୟକ ସମର୍ଥନ ଦେଲେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା (୪୪) ହାସଲ ହୋଇପାରିବ ବୋଲି ଚର୍ଚ୍ଚା ଜୋର୍ ଧରିଥିଲେ ମଧ୍ୟ କଂଗ୍ରେସ ସାଂପ୍ରତିକ ସ୍ଥିତିରେ ପଡିପି ସହିତ ଯିବାକୁ ଆଗ୍ରହ ପ୍ରକାଶ କରିନଥିଲା। ସେହିଭଳି ନ୍ୟାସନାଲ କନ୍ଫରେନ୍୍ସ ମଧ୍ୟ ପିଡିପି ସହ ସରକାର ଗଢ଼ିବାକୁ ଆଗ୍ରହ ଦେଖାଇ ନଥିଲା। ଏହାପରେ ରାଜ୍ୟପାଳ କେନ୍ଦ୍ର ସହିତ ବିଚାରବିମର୍ଶ କରିବା ପରେ ରାଜ୍ୟପାଳ ଶାସନ ପାଇଁ ସୁପାରିଶ କରିଥିଲେ।
ନିକଟ ଭବିଷ୍ୟତରେ କୌଣସି ମେଣ୍ଟ ସରକାର ଗଠନ ଦାବି ସମ୍ଭାବନା ନଥିବାରୁ ପରବର୍ତ୍ତୀ ନିର୍ବାଚନୀ ପର୍ଯ୍ୟନ୍ତ ରାଜ୍ୟପାଳ ଶାସନ ଲମ୍ବିବ ବୋଲି କୁହାଯାଉଛି। ବିଜେପି-ପିଡିପି ମେଣ୍ଟ ସରକାରକୁ ଲଗାତାର ବିରୋଧ କରି ଆସିଥିବା କଂଗ୍ରେସ ଓ ନ୍ୟାସନାଲ କନ୍ଫରେନ୍୍ସ ଆଜି ଏକସ୍ୱରରରେ ମେଣ୍ଟ ସରକାରକୁ ସମାଲୋଚନା କରିବା ସହ ସାଂପ୍ରତିକ ପରିସ୍ଥିତି ପାଇଁ ବିଜେପିକୁ ଦାୟୀ କରିଥିଲେ। ମଧ୍ୟ ବର୍ତ୍ତମାନର ଜଟିଳ ସ୍ଥିତିରେ ସରକାର ଗଠନ ପାଇଁ କଂଗ୍ରେସ ଓ ଏନ୍ସି ନିରାପଦ ମଣି ନାହାନ୍ତି ଏବଂ ସେମାନେ ସୁଯୋଗ ଅପେକ୍ଷାରେ ଥିବା କୁହାଯାଉଛି ।
ମେଣ୍ଟ ପାଇଁ ସମସ୍ତେ ଅରାଜି:ଜମ୍ମୁ କଶ୍ମୀର: ୪ ଦଶନ୍ଧିରେ ୭ମ ଥର ରାଜ୍ୟପାଳ ଶାସନ
/sambad/media/post_attachments/wp-content/uploads/2018/06/mufty-mahammad-sayd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)