ଟୋକିଓ : ଜାପାନରେ ଜଣେ ଜୋକର ଟ୍ରେନ ଭିତରେ ପଶି ଅଭାବନୀୟ କାଣ୍ଡ କରିଛି। ହାତରେ ଛୁରି ଧରି ଅନେକ ବ୍ୟକ୍ତିଙ୍କୁ ଆକ୍ରମଣ କରି ଆହତ କରିବା ସହିତ ଟ୍ରେନରେ ନିଆଁ ଲଗାଇ ଦେଇଛି। ରବିବାର ସଂଧ୍ୟାରେ ଘଟିଥିବା ଏହି ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀକୁ ପୁଲିସ ଘଟଣାସ୍ଥଳରେ ଗରିଫ କରିଛି। ଆକ୍ରମଣରେ ଜଣେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ଚେତା ହରାଇ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆକ୍ରମଣକାରୀ ଯାତ୍ରୀମାନଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ଟ୍ରେନର ଚାରିଆଡ଼େ ତରଳ ପଦାର୍ଥ ଢାଳି ଦେଇଥିଲା। ଏହାପରେ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଯାତ୍ରୀମାନେ ଭୟରେ ଦୌଡ଼ିବା ଆରମ୍ଭ କରିଥିଲେ। ଟ୍ରେନଟି ପ୍ଲାଟଫର୍ମରେ ଜରୁରୀ ରହଣି କରିବା ପରେ କିଛି ଯାତ୍ରୀ ଝରକା ବାଟେ ପ୍ଲାଟଫର୍ମକୁ ବହାରିବା ଦୃଶ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଆକ୍ରମଣକାରୀ ବ୍ୟକ୍ତି କର୍ତ୍ତୃପକ୍ଷଙ୍କୁ ଏକ ଅଜବ କଥା କହିଛି। ନିଜକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପାଇଁ ସେ ଅନ୍ୟମାନଙ୍କୁ ମାରିବାକୁ ଚେଷ୍ଟା କରିଥିଲା। ବିଶ୍ବର ବ୍ୟସ୍ତବହୁଳ ଷ୍ଟେସନ ଶିଞ୍ଜୁକୁ ଅଭିମୁଖେ କିଓ ଏକ୍ସପ୍ରେସ ଲାଇନରେ ସ୍ଥାନୀୟ ସମୟ ରାତି ୮ଟାରେ ଏହି ଆକ୍ରମଣ ହୋଇଛି।
ଟ୍ରେନରେ ନିଆଁ ଲଗାଇଦେଲା ଜୋକର
ଛୁରୀରେ ଆକ୍ରମଣ, ୧୭ ଆହତ
/sambad/media/post_attachments/wp-content/uploads/2021/11/japan-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)