ନୂଆଦିଲ୍ଲୀ: ମୁମ୍ବାଇର ‘ଷ୍ଟୋରିଆ ଫୁଡ୍ସ’ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ଆଜି କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଖାଦ୍ୟ କମ୍ପାନିର ଏକ ବିଜ୍ଞାପନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ପରିହାସ କରାଯାଇଥିବାରୁ କଂଗ୍ରେସ ପକ୍ଷରୁ ଏହାର ଜୋର୍ଦାର ବିରୋଧ କରାଯାଇଛି। କମ୍ପାନିର ଏକ ମୃଦୁପାନୀୟ ବିଜ୍ଞାପନରେ ସୋନିଆଙ୍କ ଭଳି ଦେଖାଯାଉଥିବା ଜଣେ ମହିଳା ଉକ୍ତ ପାନୀୟ ପିଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପୁଅ କହୁଛି ଯେ ମୁଁ ଏଭଳି ମେସିନ୍ ତିଆରି କରିଛି ଯେଉଁଥିରେ ଘାସ ପକାଇଲେ ଦୁଗ୍ଧ ବାହାରିବ। ଏହାପରେ ମହିଳା ଜଣକ ଚିନ୍ତିତ ହୋଇ ମୁଣ୍ଡରେ ହାତ ଦେଉଥିବା ଦେଖିବାକୁ ମିଳିଛି।
‘ଷ୍ଟୋରିଆ ଫୁଡ୍ସ’ ବିଜ୍ଞାପନରେ ରାହୁଲ, ସୋନିଆଙ୍କୁ ପରିହାସ; ମୁମ୍ବାଇରେ କଂଗ୍ରେସ କର୍ମୀଙ୍କ ବିରୋଧ ପ୍ରଦର୍ଶନ
/sambad/media/post_attachments/wp-content/uploads/2021/04/fs4hf456hfs465h4fs56h4f5s6h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)