ଜି-୭ ସମ୍ମିଳନୀରେ ଯୋଗଦେବାକୁ ମୋଦୀଙ୍କୁ ଆମନ୍ତ୍ରଣ କଲେ ବୋରିସ ଜନସନ

ନୂଆଦିଲ୍ଲୀ : ଆସନ୍ତା ଜୁନ ମାସରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ।

ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭ । ଏହାର ସଦସ୍ୟ ହେଲେ ବ୍ରିଟେନ, ଫ୍ରାନ୍ସ,କାନାଡା, ଜର୍ମାନୀ,ଆମେରିକା, ଇଟାଲି ଓ ଜାପାନ । ଏହା ସହିତ ୟୁରୋପୀୟ ସଂଘ ମଧ୍ୟ ଜି-୭ର ସଦସ୍ୟ ରହିଛି ।

ଏଥର ଜି-୭ ସମ୍ମିଳନୀରେ ଅତିଥି ହିସାବରେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରାଯାଇଛି ।

ଜି-୭ ସମ୍ମିଳନୀ ପୂର୍ବରୁ ମଧ୍ୟ ଜନସନ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି । ଭାରତର ଗଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା  । କିନ୍ତୁ ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ବ୍ରିଟେନରେ କୋରନା ଭୁତାଣୁ ମାଡ଼ିଚାଲିଥିବାରୁ ଜନସନ ନିଜର ଗସ୍ତକୁ ସ୍ଥଗିତ ରଖିଥିଲେ ।

ସମ୍ବନ୍ଧିତ ଖବର