ରୁଷ: ୟୁକ୍ରେନର ଜାପୋରିଜିଆ ପରମାଣୁ କେନ୍ଦ୍ର ଏବେ ରୁଷ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ରୁଷ୍ର କମାଣ୍ଡୋମାନେ ଏବେ ଏହାର ସୁରକ୍ଷା ଦାୟିତ୍ବରେ ଅଛନ୍ତି। ଆଣବିକ ଶକ୍ତି କେନ୍ଦ୍ର ସାଧାରଣ ଭାବରେ କାମ କରୁଛି। ଶକ୍ତିକେନ୍ଦ୍ରକୁ ଜଗି ରହିଥିବା ୟୁକ୍ରେନ ସୈନିକମାନଙ୍କୁ ରୁଷ୍ ବିଦା କରିଛି ଏବଂ ସେମାନଙ୍କ ସ୍ଥାନରେ ନିଜର କମାଣ୍ଡୋଙ୍କୁ ମୁତୟନ କରିଛି। ଆଣବିକ ଶକ୍ତିକେନ୍ଦ୍ରକୁ କବଜା କରିବା ପରେ ରୁଷର ନ୍ୟାସନାଲ ଗାର୍ଡ ରୋଜଗାର୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ରୋଜଗାର୍ଡିଆ ମୁଖପାତ୍ର କହିଛନ୍ତି ଯେ ୟୁକ୍ରେନ ନ୍ୟାସନାଲ ଗାର୍ଡଙ୍କ ସହ ହୋଇଥିବା ଆଲୋଚନା ଅନୁଯାୟୀ ୫୦ ଜଣ ମହିଳା ସୁରକ୍ଷା କର୍ମୀଙ୍କ ସମେତ ପ୍ରାୟ ୨୪୦ ଜଣ ଲୋକ ଅସ୍ତ୍ରଶସ୍ତ୍ର ରଖିଥିଲେ ଏବଂ ଶତ୍ରୁତା ନକରିବା ପାଇଁ ଲିଖିତ ଦଲିଲରେ ଦସ୍ତଖତ କରିବା ପରେ ଶକ୍ତିକେନ୍ଦ୍ର ବାହାରକୁ ଯିବା ପାଇଁ ସେମାନଙ୍କୁ ଅନୁମତି ଦିଆଯାଇଥିଲା।
ଜାପୋରିଜିଆ ପରମାଣୁ କେନ୍ଦ୍ର ରୁଷ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ
/sambad/media/post_attachments/wp-content/uploads/2022/03/65adg46dgadaggdgdgdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)