‘ବ୍ରାହ୍ମଣ’ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଯୋଶୀ

ନୂଆଦିଲ୍ଲୀ: ବ୍ରାହ୍ମଣ ଓ ହିନ୍ଦୁତ୍ବ ବାବଦରେ ବିବାଦୀୟ ବୟାନ ଦେଇ ଶେଷରେ କ୍ଷମା ମାଗିଛନ୍ତି କଂଗ୍ରେସ ନେତା ସି ପି ଯୋଶୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କ ଭଳି ଲୋକ ନୁହଁ, ବରଂ କେବଳ ବ୍ରାହ୍ମଣମାନେ ହିନ୍ଦୁତ୍ବ ସମ୍ପର୍କରେ କହିବା ପାଇଁ ଯଥେଷ୍ଟ ଜାଣିଥିବା ଯୋଶୀ କହିଥିଲେ। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯିବା ପରେ ରାହୁଲ ଗାନ୍ଧୀ ଯୋଶୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ଏଭଳି ମନ୍ତବ୍ୟ କଂଗ୍ରେସ ଦଳର ମୂଲ୍ୟବୋଧକୁ ବିରୋଧ କରୁଛି। ଯୋଶୀ ଏଭଳି କହିବା ଆଦୌ ଉଚିତ ନଥିଲା। ଗତକାଲି ଯୋଶୀ ନିଜ ନାଥଦ୍ବାରା ବିଧାନସଭା (ରାଜସ୍ଥାନ) କ୍ଷେତ୍ରରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ହିନ୍ଦୁତ୍ବ ପ୍ରସଙ୍ଗ ଉଠାଇଥିଲେ। ହିନ୍ଦୁତ୍ବ ଉପରେ ଆଲୋଚନା ପାଇଁ କେବଳ ବ୍ରାହ୍ମଣଙ୍କ ନିକଟରେ ଯଥେଷ୍ଟ ଜ୍ଞାନ ରହିଛି। ମୋଦୀ ଓ ଉମା ଭାରତୀଙ୍କ ଜାତି ସମ୍ପର୍କରେ କେହି ଜାଣିନଥିବା ବେଳେ ସେମାନେ ହିନ୍ଦ୍ବତ୍ବ ବାବଦରେ କହିବା ଉଚିତ ନୁହେଁ ବୋଲି ଦର୍ଶାଇଥିଲେ। ତେବେ ଏଭଳି ବୟାନ ଦେଇ ଯୋଶୀ ଅନୁଶୋଚନା କରୁଥିବା ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର