ଖଟିମା: ଉତ୍ତରାଖଣ୍ଡର ଯୋଶୀମଠ ନଗରୀରେ ଭୂମି ଦବିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଯାବତ ୯ଟି ଅଞ୍ଚଳରେ ପାଖାପାଖି ଭୂମି ଦବି ଯାଇ ୫୬୧ଟି ଘର ଫାଟି ଆଁ କରିଛି। ଏଥିସହିତ ସ୍ଥାନେସ୍ଥାନେ ମାଟି ଫାଟି ପାଣି ବାହାରୁଥିବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି । ଯେଉଁଥିପାଇଁ ସ୍ଥାନୀୟଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଛି।

Advertisment

ଜାନୁଆରି ୬ ତାରିଖ ଶୁକ୍ରବାର ଦିନ ଅର୍ଥାତ ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଯୋଶୀମଠକୁ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯିବ ବୋଲି କୁହାଯାଉଛି ।

ଏହି ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାମୀ କହିଥିଲେ, ‘ଅଳ୍ପ ଦିନ ଭିତରେ ମୁଁ ଯୋଶୀମଠ ଯାଇ ପରିସ୍ଥିତି ସମ୍ଭାଳିବା ପାଇଁ କାର୍ଯ୍ୟ ଆରମ୍ଭ କରିବି। ସମସ୍ତ ରିପୋର୍ଟ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପ‌ଦ‌କ୍ଷେପ ଗ୍ରହଣ କରାଯିବ। ଜିଲ୍ଲାର ପରିସ୍ଥିତ ଉପରେ ଦୃଷ୍ଟି ରଖିବା ଲାଗି ମୁନିସ୍‌ପାଲ୍‌ କର୍ପୋରେସନ୍‌ ଅଧ୍ୟକ୍ଷ ଶୈଳେନ୍ଦ୍ର ପାୱରଙ୍କ ସହିତ କଥାବାର୍ତ୍ତା ଚାଲିଛି।’

Hundreds Of Houses Develop Cracks, Residents Flee Fearing 'Joshimath Is Sinking'

ଏହି ଘଟଣାକୁ ନେଇ ଯୋଶୀମଠ ମୁନିସ୍‌ପାଲ୍‌ ଅଧ୍ୟକ୍ଷ ଶୈଳେନ୍ଦ୍ର ପାୱର୍‌ କହିଛନ୍ତି, ଭୂମି ଦବିବା ଯୋଗୁଁ ନଗରୀର ୫୭୬ ଘରର ୩୦୦୦ରୁ ଅଧିକ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ଫଟା ଘର ସବୁକୁ ମୁନିସ୍‌ପାଲିଟି  ସବୁଦିଗରୁ ସର୍ଭେ କରୁଛି। ଅନେକ ଲୋକ ଭୟରେ ଘରଦ୍ବାର ଛାଡ଼ି ଚାଲିଗଲେଣି।

ଚର୍ଚ୍ଚାରେ ଥିବା ପର୍ଯ୍ୟଟନସ୍ଥଳୀ ଯୋଶୀମଠର ଅସ୍ତିତ୍ବକୁ ନେଇ ଏବେ ଶଙ୍କଟ ଦେଖା ଦେଇଛି ବୋଲି କିଛି ଲୋକେ କହୁଛନ୍ତି। ଏଠାରେ ଅନେକ ସ୍ଥାନରେ ଭୂମି ଦବି ଯାଇ ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି। ଏହିସବୁ ଅସୁବିଧାକୁ ଦେଖି  ଜୀବନ ଶଙ୍କଟରେ ଥିବା ସ୍ଥାନୀୟଲୋ‌କେ କହିଛନ୍ତି। ସୁରକ୍ଷାକୁ ଦୃଷ୍ଟି‌ରେ ରଖି ଦୁଇଟି ହୋଟେଲକୁ ବନ୍ଦ କରି ଦିଆଯିବା ସହିତ ୩୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।