ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ୍ କରି ଜଣେ ସାମ୍ବାଦିକ ଗିରଫ ହୋଇଛନ୍ତି। ସାମ୍ବାଦିକଙ୍କ ନାମ ପ୍ରଶାନ୍ତ କନୋଜିଆ। ଉତ୍ତରପ୍ରଦେଶର ହାଜରତଗଂଜ ଥାନା ଅଧୀନରେ ପ୍ରଶାନ୍ତଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି। ସୂଚନାନୁଯାୟୀ ପ୍ରଶାନ୍ତ ଉଭୟ ଟ୍ବିଟର ଏବଂ ଫେସବୁକ୍ରେ ଏକ ଆପତ୍ତିଜନକ ପୋଷ୍ଟ୍ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଆଗରେ ଜଣେ ମହିଳା ସାମ୍ବାଦିକମାନଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ସେ ବିବାହ ପ୍ରସ୍ତାବ ଦେଇଥିବା ଦାବି କରିଥିବା ସଂପର୍କିତ ଏକ ଭିଡିଓ ସାମ୍ବାଦିକ ପୋଷ୍ଟ୍ କରିବାପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ୍ ପୋଷ୍ଟ୍ ପାଇଁ ସାମ୍ବାଦିକ ଗିରଫ
/sambad/media/post_attachments/wp-content/uploads/2019/06/journa.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)