ଇମ୍ରାନ୍‌ ଖାଁଙ୍କ ଉପରେ ଭୁଲ୍‌ ‌ରିପୋର୍ଟ କରି ପାକିସ୍ତାନୀ ସାମ୍ବାଦିକ ଗିରଫ: ରିପୋର୍ଟ

ରାୱଲ୍‌ପିଣ୍ଡି: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମ୍‌ ସଂକ୍ରାନ୍ତରେ ଅସମ୍ମାନଜନକ ବିବୃତି ଦେଇଛନ୍ତି ବୋଲି ଉଲ୍ଲେଖ କରିଥିବା ଜଣେ ପାକିସ୍ତାନୀ ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।

ରବିବାର ଦିନ ସମ୍ବାଦପତ୍ର ‘ଡନ୍‌’ କରିଥିବା ରିପୋର୍ଟ ଅନୁସାରେ, ଶନିବାର ଦିନ ଆର୍‌ଏ ବଜାର ଥାନାରେ ରାୱଲପିଣ୍ଡି ପୁଲିସ ସାମ୍ବାଦିକ ୱାକର୍‌ ସାତ୍ତିଙ୍କ ନାମରେ ମାମଲା ରୁଜୁ କରରିଛି। ଚୌଧରୀ ନାସିର୍‌ କୟୁମ୍‌ ନାମରେ ଜଣେ କେବୁଲ୍‌ ଅପରେଟର୍‌ଙ୍କ ଅଭିଯୋଗ ଆଧାରରେ ଉକ୍ତ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

ଫାଇଲ୍‌ ହୋଇଥିବା ‘ଏଫ୍‌ଆଇଆର୍‌’ ଅନୁସାରେ, ଅଭିଯୋଗକାରୀ ପୁଲିସକୁ କହିଛନ୍ତି ଯେ, ଅଗଷ୍ଟ ୨୪ ତାରିଖ ଦିନ ସେ ତାଙ୍କ ଅଫିସ୍‌ରେ ଥିବା ବେଳେ ଗୋଟାଏ ଟୁଇଟ୍‌ ତାଙ୍କ ଦୃଷ୍ଟିରେ ପଡ଼ିଥିଲା। ସେ କାହିଁକି ଇମ୍ରାନ୍‌ ଖାଁଙ୍କୁ ଘୃଣା କରନ୍ତି ଏବଂ ତାଙ୍କର ବିରୁଦ୍ଧାଚରଣ କରିବାର କାରଣ ବିଷୟ ସେଥିରେ ୱାକର୍‌ ସାତ୍ତି ନାମରେ ଜଣେ ବ୍ୟକ୍ତି ବୁଝାଇ କହିଥିଲେ।

Image Courtesy of The Print

କିନ୍ତୁ, ୱାକାର୍‌ ସାତ୍ତିଙ୍କ ଟୁଇଟ୍‌ରେ ଉଲ୍ଲେଖ ହୋଇଥିବା ସେ ଭଳି କୌଣସି କଥା ତାଙ୍କର କୌଣସି ଭାଷଣରେ ଇମ୍ରାନ୍‌ ଖାଁ କହିନାହାନ୍ତି ବୋଲି ଅଭିଯୋଗକାରୀ ଦାଏର କରିଥିବା ‘ଏଫ୍‌ଆଇଆର୍‌’ରେ ଉଲ୍ଲେଖ ଅଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସାତ୍ତିଙ୍କ କାର୍ଯ୍ୟକଳାପ ତାଙ୍କର ତଥା ଅଗଣିତ ମୁସଲମାନଙ୍କ ଧାର୍ମିକ ଭାବାବେଗକୁ ଆହତ କରିଛି।

ସମ୍ବନ୍ଧିତ ଖବର