ଇମ୍ଫାଲ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମଣିପୁର ସରକାରଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ମଣିପୁରର ଜଣେ ସାମ୍ବାଦିକଙ୍କୁ ବର୍ଷେ ଜେଲ୍ଦଣ୍ଡ ହୋଇଛି। ୩୯ ବର୍ଷୀୟ ସାମ୍ବାଦିକ କିଶୋରଚାନ୍ଦ ୱାଙ୍ଗଖେମ୍ଙ୍କୁ ଏନ୍ଏସଏ (ଜାତୀୟ ନିରାପତ୍ତା ଆଇନ)ରେ ଜେଲ୍ ଦଣ୍ଡ ହୋଇଛି। ଗତ ନଭେମ୍ବର ୨୬ରୁ ସେ ଏନ୍ଏସଏ ଆଇନ ଅଧୀନରେ ଅଟକ ଥିଲେ। ଇମ୍ଫାଲ୍ ପଶ୍ଚିମ ଜିଲ୍ଲାର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଡିସେମ୍ବର ୧୪ ତାରିଖରୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ ଏନ୍ଏସଏ ଉପଦେଷ୍ଟା ବୋର୍ଡ କିଶୋରଚାନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ୱାଙ୍ଗଖେମ୍ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ମାଧ୍ୟମରେ ବିଜେପି ସରକାର ଏବଂ ମଣିପୁର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଉଥିେଲ। ୱାଙ୍ଗଖେମ୍ ଏକ ସ୍ଥାନୀୟ ଟିଭି ଚ୍ୟାନେଲ୍ରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।
ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ:ସାମ୍ବାଦିକଙ୍କୁ ବର୍ଷେ ଜେଲ୍
/sambad/media/post_attachments/wp-content/uploads/2018/12/journalist-arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)