ସାମ୍ବାଦିକା‌ ବର୍‌ଖା ଦତ୍ତଙ୍କୁ ସୋସିଆଲ ମିଡିଆରେ ଦୁର୍ବ୍ୟବହାର

ନୂଆଦିଲ୍ଲୀ: ସାମ୍ବାଦିକା ବର୍‌ଖା ଦତ୍ତ ସୋସିଆଲ୍‌ ମିଡିଆରେ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ କରିବାପରେ ଜାତୀୟ ମହିଳା କମିସନ୍‌ (ଏନ୍‌ସିଡବ୍ଲ୍ୟୁ) ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଏବଂ ଦିଲ୍ଲୀ ପୁଲିସକୁ ଏହାର ତଦନ୍ତ ପାଇଁ କହିଛନ୍ତି। ପୁଲ୍‌ୱାମା ଆତ୍ମଘାତୀ ଆକ୍ରମଣ ପରେ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା କଶ୍ମୀରୀ ବାସିନ୍ଦାଙ୍କୁ ଟାର୍ଗେଟ୍‌ କରାଯାଉଥିବା ଖବର ପ୍ରସା‌ରିତ ହେବାପରେ ଦତ୍ତ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଏହାପରଠାରୁ ବର୍‌ଖା ଦତ୍ତଙ୍କୁ ଟ୍ବିଟରରେ ବିଭିନ୍ନ ଅଶାଳୀନ ‌ମେସେଜ୍‌ ଆସିବା ସହ ତାଙ୍କୁ ଆକ୍ରମଣ ଧମକ ମଧ୍ୟ ମିଳିଥିବା ବର୍‌ଖା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର