ପୁଣିଥରେ ବିବାଦରେ ସାମ୍ବାଦିକ କନୋଜିଆ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ୍‌ କରି ନିକଟରେ ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୋଜିଆ ଏବେ ପୁଣି ଥରେ ଆଉ ଏକ ବିବାଦୀୟ ଟ୍ବିଟ୍‌ କରି ଅଡ଼ୁଆରେ ପଡ଼ି ଯାଇଛନ୍ତି। ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କୁ ସେ ଜେନେରାଲ୍‌ ଡାୟରଙ୍କ ସହ ତୁଳନା କରିଛନ୍ତି। ରାୱତଙ୍କ ସହ ଜେନେରାଲ ଡାୟରଙ୍କର ଏକ ଫଟୋ ଟ୍ବିଟ୍‌ କରି ପ୍ରଶାନ୍ତ କଶ୍ମୀରରେ ରାୱତଙ୍କ ଭୂମିକାକୁ ଡାୟରଙ୍କ ଭୂମିକା ସହ ତୁଳନା କରିବାକୁ ଚେଷ୍ଟା କରିଛନ୍ତି। ଜେନେରାଲ ଡାୟର ୧୯୧୯ ଏପ୍ରିଲ ୧୩ରେ ଜାଲିଆନାୱାଲା ବାଗ୍‌ରେ ହତ୍ୟା ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ମହିଳା ଏବଂ ଶିଶୁ ସମେତ ଶହ ଶହ ନାଗରିକଙ୍କୁ ହତ୍ୟା କରାଯାଇଥିଲା। କନୋଜିଆଙ୍କ ଦ୍ବାରା କରାଯାଇଥିବା ଏହି ବିବାଦୀୟ ଟ୍ବିଟ୍‌କୁ ଏବେ ହଟାଇ ଦିଆଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର