ଜମାଲ ଖସୋଗି ସାଉଦି ଆରବର ଜଣେ ପ୍ରଖ୍ୟାତ ସାମ୍ବାଦିକ, ଲେଖକ ଏବଂ ଅଲ୍-ଆରବ ନ୍ୟୁଜ୍ ଚ୍ୟାନେଲ୍ର ପୂର୍ବତନ ମହାପ୍ରବନ୍ଧକ ତଥା ମୁଖ୍ୟ ସମ୍ପାଦକ। ସାଉଦି ଆରବର ମେଦିନାରେ ଏକ ସୁନାମଧନ୍ୟ ପରିବାରରେ ୧୯୫୮ ଅକ୍ଟୋବର ୧୩ରେ ଜନ୍ମ ଗ୍ରହଣ କରିଥିଲେ ଖସୋଗି। ତୁର୍କୀର ଡାକ୍ତର ମହମ୍ମଦ ଖସୋଗିଙ୍କର ସେ ନାତି। ଦଶନ୍ଧି ଦଶନ୍ଧି ଧରି ସେ ସାଉଦି ରାଜ ପରିବାର ସହ ଅତି ନିବିଡ଼ ଥିଲେ ଏବଂ ସରକାରଙ୍କ ପରାମର୍ଶଦାତା ମଧ୍ୟ ଥିଲେ। କିନ୍ତୁ ତାଙ୍କୁ ବିରୋଧ କରାଯିବା ପରେ ସେ ସାଉଦି ଛାଡ଼ି ଆମେରିକାରେ ନିର୍ବାସନ ଜୀବନ ବିତାଉଥିଲେ। ସେଠାରୁ ସେ ଆମେରିକାର ପ୍ରମୁଖ ଦୈନିକ ଖବରକାଗଜ ୱାସିଂଟନ୍ ପୋଷ୍ଟ୍ ପାଇଁ ମାସିକ ସ୍ତମ୍ଭ ଲେଖୁ୍ଥିଲେ। ନିଜ ସ୍ତମ୍ଭରେ ସେ ନିୟମିତ ଭାବେ ସାଉଦିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କୁ ସମାଲୋଚନା କରୁଥିଲେ। କ୍ରାଉନ୍ ପ୍ରିନ୍ସଙ୍କର ସେ ଜଣେ ଦୃଢ଼ ସମାେଲାଚକ ଥିଲେ। ତେଣୁ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା ବୋଲି କୁହାଯାଉଛି। ସାଉଦି ଆରବର ପ୍ରମୁଖ ଅସ୍ତ୍ରଶସ୍ତ୍ର ବେପାରୀ ଆଦ୍ନାନ୍ ଖେସାଗିଙ୍କର ସେ ପୁତୁରା ହୋଇଥିବା ବେଳେ ୱେଲ୍ସ ରାଜକୁମାରୀ ଡାଏନାଙ୍କ ସହ ଡେଟ୍ କରିଥିବା ଡୋଡି ଫୟେଦ୍ଙ୍କର ଖସୋଗି ହେଉଛନ୍ତି ସମ୍ପର୍କୀୟ ଭାଇ। କାର୍ ଦୁର୍ଘଟଣାରେ ଡୋଡି ଓ ଡାଏନା ପ୍ରାଣ ହରାଇଥିଲେ।
ସାମ୍ବାଦିକ ଖସୋଗିଙ୍କ ହତ୍ୟା ଘଟଣା:ସାଉଦି ଅଡୁଆ ବଢ଼ିଲା
ଖେସାଗି କିଏ
/sambad/media/post_attachments/wp-content/uploads/2018/10/jamal-khashoggi-saudi_4459710.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)