ତ୍ରିପୁରାରେ ସାମ୍ବାଦିକଙ୍କୁ ହତ୍ୟା, ଟିଏସ୍‌ଆର ଯବାନ ଚଳାଇଲେ ଗୁଳି

ଗୌହାଟି: ମଙ୍ଗଳବାର ତ୍ରିପୁରାରେ ପୁଣି ଜଣେ ସମ୍ବାଦିକଙ୍କୁ ହତ୍ୟା କରାଯାଇଛି । ଦୁଇ ମାସ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଅଗରତଲାଠାରୁ ୨୦ କି.ମି ଦୂରରେ ଥିବା ଆର୍‌କେ ନଗରଠାରେ ଜଣେ ଟିଏସ୍‌ଆର ଯବାନ ସୁଦୀପ୍‌ ଦତ୍ତ ଭୌମିକ୍‌ ନାମକ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ସେ ଅଗର୍‌ତଲାରୁ ପ୍ରକାଶିତ ବଙ୍ଗଳା ଖବରକାଗଜ ‘ଚନ୍ଦନ ପତ୍ରିକା’ରେ ବରିଷ୍ଠ ସମ୍ବାଦିକ ଭାବେ କାମ କରୁଥିଲେ । ‘ଚନ୍ଦନ ପତ୍ରିକା’ର ସମ୍ପାଦକଙ୍କ କହିବା ଅନୁଯାୟୀ, “ମୋ ପତ୍ରିକାରେ ବରିଷ୍ଠ ସମ୍ବାଦିକ ଭାବେ କାମ କରୁଥିବା ସୁଦୀପ୍‌ ଦତ୍ତ ଭୌମିକ୍‌ ଆର୍‌କେ ନଗରଠାରେ ଥିବା ଦ୍ୱିତୀୟ ତ୍ରିପୁରା ଷ୍ଟେଟ୍‌ ରାଇଫଲ୍‌ସକୁ ଜଣେ ସେନା ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥଲେ । ସେଠି ପହଞ୍ଚିବା ପରେସେନା ଅଧିକାରୀଙ୍କ ପିଏସ୍‌ଓଙ୍କ(ଲୋକ ସେବା ଦାୟିତ୍ୱରେ ଥିବା ଅଧିକାରୀ) ସହ ତାଙ୍କର ଯୁକ୍ତି ତର୍କ ହୋଇଥିଲା । ଏହ ପରେ ସେ ସମ୍ବାଦିକଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ଘଟିଥିଲା।” ଏହା ପରେ ଭୌମିକ୍‌ଙ୍କ ମର ଶରୀରକୁ ଅଗର୍‌ତଲା ଅଣାଯିବା ପରେ ପୁଲିସ ଅପରାଧୀକୁ ଗିରଫ କରିଛି ।

ଏହାର ଠିକ୍‌ ଦୁଇମାସ ପୁର୍ବରୁ ସେପ୍ଟେମ୍ବର ୨୦ରେ ଆଞ୍ଚଳିକ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ସାମ୍ବାଦିକ ଶାନ୍ତନୁ ଭୌମିକ୍‌ଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ସିପିଆଇ ଏବଂ ଆଇପିଏଫ୍‌ଟି ମଧ୍ୟରେ ହେଉଥିବା ସଂଘର୍ଷକୁ ରିପୋର୍ଟ କରିବାକୁ ଯାଇଥିବା ବେଳେ ତାଙ୍କର ମୃୁତ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର