ଚେନ୍ନାଇ: ମଙ୍ଗଳବାର ରାତିରେ ଚେନ୍ନାଇରେ ବାଇକ୍ ନେଇ ଯାଉଥିବା ଜଣେ ଭିିଡିଓ ସାମ୍ବାଦିକଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ବିଏମ୍ଡବ୍ଲୁ କାର୍ ଧକ୍କା ଦେବା ପରେ ତାଙ୍କର ମୃତ୍ୟୁ ଘଟିିଛି।
ପୀଡିତ ଜଣକ ହେଉଛନ୍ତି ପଣ୍ଡି ବଜାରର ପ୍ରଦୀପ କୁମାର। ସେ ଜଣେ ଲୋକପ୍ରିୟ ତେଲୁଗୁ ନ୍ୟୁଜ୍ ଚ୍ୟାନେଲରେ ଚାକିରି କରିଥିଲେ। ଏହା ସହିତ ସେ ସହରରେ ପାର୍ଟ ଟାଇମ୍ ଭାବେ ରାପିଡୋ ଡ୍ରାଇଭର କାର୍ଯ୍ୟ କରୁଥିଲେ।
ମଡୁରାଭୋୟାଲ୍-ତାମ୍ବରମ୍ବାଇପାସ୍ ଉପରେ ଏକ ବିଏମଡବ୍ଲୁ କାର ତାଙ୍କ ମୋଟର ସାଇକେଲକୁ ଧକ୍କା ଦେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ଦୁର୍ଘଟଣା ପରେ କାରର ଡ୍ରାଇଭର ସେହି ସ୍ଥାନ ଛାଡ଼ି ସେଠାରୁ କେଉଁଆଡ଼େ ପଳାଇ ଯାଇଥିଲେ।
ଯାତ୍ରୀମାନେ ସେଠାରେ ଗାଡ଼ିକୁ ଦେଖିବା ପରେ ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଦୁଇ ଚକିଆ ଯାନକୁ ଉଦ୍ଧାର କରିଥିଲା।
ଘଟଣାସ୍ଥଳରୁ ୧୦୦ ମିଟର୍ ଦୂରରେ ପୀଡ଼ିତଙ୍କ ମୃତଶରୀରକୁ ପୁଲିସ୍ ଉଦ୍ଧାର କରିଥିଲା। ଘଟଣା ସଂପର୍କରେ ପୁଲିସ୍ ଜାଣିବାକୁ ଚେଷ୍ଟା କରିବା ପରେ ଜଣାପଡ଼ିଛି ଯେ ଏହା ଏକ ହିଟ୍ ଆଣ୍ଡ୍ ରନ୍ ମାମଲା। ବିଳାସମୟ କାର୍ ଜଳାଉଥିବା ଡ୍ରାଇଭର୍ ଜଣକ ଦୁର୍ଘଟଣା ଘଟାଇ ଫେରାର୍ ହୋଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/20/0JfbAILZ7vS7nRflyzAN.jpg)