ରାଞ୍ଚି : ରାଞ୍ଚିର ଜଣେ ସାମ୍ବାଦିକଙ୍କୁ ଆଜି ପିଟିପିଟି ହତ୍ୟା କରାଯାଇଛି। ୩୨ ବର୍ଷୀୟ ଚନ୍ଦନ ତିୱାରୀ ଦୈନିକ ହିନ୍ଦୀ ‘ଆଜ୍’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିଲେ। ତେବେ ଗତକାଲି କିଛି ଦୁର୍ବୃତ୍ତ ସାମ୍ବାଦିକ ତିୱାରୀଙ୍କୁ ପଥଲଗଡ଼ା ଅଞ୍ଚଳରୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ସୂଚନାନୁଯାୟୀ ତିୱାରୀଙ୍କ ଜୀବନ ପ୍ରତି ବିପଦ ଥିଲା। ତାଙ୍କୁ ପୂର୍ବରୁ ହତ୍ୟା ଧମକ ମିଳିଥିଲା ବୋଲି ସେ ସ୍ଥାନୀୟ ପୁଲିସ ଷ୍ଟେସନ୍ରେ ଅଭିଯୋଗ କରିଥିଲେ। ହେଲେ ତାଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋାଗାଇ ଦିଆଯାଇନଥିଲା।
ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ଝାଡ଼ଖଣ୍ଡରେ ସାମ୍ବାଦିକଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/10/Jharkhand-police_380_AFP.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)