ମୁମ୍ବାଇରେ ସାମ୍ବାଦିକଙ୍କୁ ହତ୍ୟା

ମୁମ୍ବାଇ: ମୁମ୍ବାଇରେ ଜଣେ ସାମ୍ବାଦିକଙ୍କୁ ଗତରାତିରେ ନୃଶଂସ ହତ୍ୟା କରାଯା‌ଇଛି। ମୁମ୍ବାଇର ଆଣ୍ଟପ୍‌ ହିଲ୍‌ରେ ଏହି ଘଟଣା ଘଟିଛି। ହତ୍ୟାର ଶିକାର ହୋଇଥିବା ସାମ୍ବାଦିକଙ୍କ ନାମ ଆନନ୍ଦ ନାରାୟଣ। ସେ ମୁମ୍ବାଇର ଏକ ସ୍ଥାନୀୟ ଖବରକାଗଜ ପାଇଁ କାମ କରୁଥିଲେ। ୩୮ ବର୍ଷୀୟ ସାମ୍ବାଦିକ ଆନନ୍ଦ ନାରାୟଣଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନରେ ପଶି ହତ୍ୟା କରିଛନ୍ତି। ପୁଲିସ  ଏନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି। ମୁମ୍ବାଇ ପୁଲିସ ଦ୍ବାରା ସିସିଟିଭି ଫୁଟେଜ୍‌ ଯାଞ୍ଚରୁ ଜଣାପଡ଼ିଛି ଯେ ୩ ଜଣ ସନ୍ଦିଗ୍ଧ ଆନନ୍ଦଙ୍କ ଘର ମଧ୍ୟକୁ ରାତି ପ୍ରାୟ ୨ଟାରେ ପଶିଥିଲେ। ଏହି ୩ ଜଣ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିବାରୁ ସେମାନଙ୍କୁ ଗିରଫ କରିବା ପାଇଁ ଅଭିଯାନ ଚାଲିଛି।

ସମ୍ବନ୍ଧିତ ଖବର