ସାମ୍ବାଦିକ ମନ୍‌ଦୀପ ପୁନିଆ ଗିରଫ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନସ୍ଥଳ ସିଂଘୁ ସୀମାରେ ମୁତୟନ ପୁଲିସ କର୍ମୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଏବଂ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ବଢ଼ାଇବାକୁ ପ୍ରୟାସ କରିବା ଅଭିଯୋଗରେ ମୁକ୍ତବୃତ୍ତି ସାମ୍ବାଦିକ ମନ୍‌ଦୀପ ପୁନିଆ ଗିରଫ ହୋଇଛନ୍ତି। ଜାମିନ ନାମଂଜୁର ହେବାପରେ ପୁନିଆଙ୍କୁ ତିହାର ଜେଲ୍‌ ପଠାଇ ଦିଆଯାଇଛି। ଆଉ ଜଣେ ସାମ୍ବାଦିକ ଧର୍ମେନ୍ଦ୍ର ସିଂହଙ୍କୁ ମଧ୍ୟ ପୁଲିସ ଆଜି ସିଂଘୁ ସୀମାରେ ଅଟକ ରଖିଥିଲା। ଧର୍ମେନ୍ଦ୍ର ଏବଂ ପୁନିଆ ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଲୋକଙ୍କୁ ହିଂସା ପାଇଁ ଉସୁକାଉଥିବା ଅଭିଯୋଗ ହୋଇଥିଲା। ତେବେ ଭବିଷ୍ୟତରେ ଏଭଳି ଭୁଲ୍‌ କରିବେ ନାହିଁ ବୋଲି ଧର୍ମେନ୍ଦ୍ର ଲିଖିତ ବୟାନ ଦେବାପରେ ତାଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର