ସାମ୍ବାଦିକା ପ୍ରିୟା ରମାନିଙ୍କୁ ଜାମିନ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏମ୍‌ଜେ ଆକବରଙ୍କ ଦ୍ବାରା ଆଗତ ଅପରାଧିକ ମାନହାନି ମାମଲାରେ ଆଜି ସାମ୍ବାଦିକା ପ୍ରିୟା ରମାନିଙ୍କୁ ଦିଲ୍ଲୀ କୋର୍ଟ ୧୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦେଇଛନ୍ତି। ଉଲ୍ଲେଖ‌ଯୋଗ୍ୟ, ଭାରତରେ ‘ମିଠୁ’ ଅଭିଯାନ ଜୋରଦାର ବେଳେ ରମାନି ୨୦ ବର୍ଷ ତଳେ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ। ମାତ୍ର ଆକବରଏହାକୁ ଖଣ୍ଡନ କରି ରମାନିଙ୍କ ବିରୋଧରେ ମାନହାନି ମାମଲା ଦାଏର୍ କରିଛନ୍ତି।

ସମ୍ବନ୍ଧିତ ଖବର