ତାଲିବାନ ନେତାଙ୍କ ସାକ୍ଷାତ୍‌କାର ନେଇଥିବା ସାମ୍ବାଦିକା ଦେଶ ଛାଡ଼ିଦେଲେ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଜଣେ ସାମ୍ବାଦିକା ନିକଟରେ ଜଣେ ତାଲିବାନ ନେତାଙ୍କ ସାକ୍ଷାତକାର ନେଇ ଇତିହାସ ସୃଷ୍ଟି କରିଥିଲେ। ଅଗଷ୍ଟ ୧୫ରେ ତାଲିବାନମାନେ କାବୁଲ ଦଖଲ କରିନେବାପରେ ୧୭ ତାରିଖରେ ଆଫଗାନ ଗଣମା‌ଧ୍ୟମ ପକ୍ଷରୁ ‌ତାଲିବାନ ସଦସ୍ୟଙ୍କର ସାକ୍ଷା‌ତକାର ନିଆଯାଇଥିଲା। ସାମ୍ବାଦିକା ବେହେସ୍ତା ଅରଘାନ୍ଦ ତାଲିବାନ ନେତାଙ୍କ ସାକ୍ଷାତକାର ନେଇ ଚର୍ଚ୍ଚାରେ ରହିଥିଲେ। ତାଲିବାନ କାବୁଲ‌ରେ ଘରକୁ ଘର ବୁଲି ବିରୋଧୀଙ୍କୁ ଖୋଜିବା ଏବଂ ତାଲିବାନର ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ସେ ତାଲିବାନ ନେତାଙ୍କୁ ପ୍ରଶ୍ନ କରିଥିଲେ। ୨୪ ବର୍ଷୀୟା ଅରଘାନ୍ଦ ଏହାପରେ ଜଣେ ଷ୍ଟାର୍‌ ବନିଗଲେ। ୨ ଦଶନ୍ଧି ପୂ‌ର୍ବେ ତାଲିବାନମାନେ କ୍ଷମତାରେ ଥିବା ସମୟରେ ଏଭଳି ସାକ୍ଷାତକାର ଅସମ୍ଭବ ଥିଲା। କିନ୍ତୁ ବେହେସ୍ତାଙ୍କର ଏହି କାର୍ଯ୍ୟ ପାଇଁ ସେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିଲେ। କିନ୍ତୁ ଏବେ ସେ ପ୍ରାଣ ଭୟରେ ଦେଶ ଛାଡ଼ି ଦେଇଥିବା ଜଣାପଡ଼ିଛି। ବେହେସ୍ତା କହିଛନ୍ତି ତାଲିବାନ ବର୍ବରତା ବନ୍ଦ ନହେବା ପର୍ଯ୍ୟନ୍ତ ସେ ଆଉ ଆଫଗାନିସ୍ତାନକୁ ଫେରିବେ ନାହିଁ ।

ସମ୍ବନ୍ଧିତ ଖବର