ତିରୁବନନ୍ତପୁରମ୍: କିଛି ଲୋକଙ୍କର ଖେଳ ଅନ୍ୟମାନଙ୍କ ପାଇଁ କାଳ ହୋଇଥାଏ। ଏପରି ଏକ ଘଟଣା ଘଟିଛି ବନ୍ୟା ପ୍ରପୀଡିତ କେରଳରେ। ଜଣେ ଯୁବକଙ୍କର ହେଲିକପ୍ଟର ଉଡ଼ିବାର ଇଚ୍ଛା ଯୋଗୁଁ ଜଣେ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।
ମିଳିଥିବା ସୂଚନା ଅନୁସାରେ, ବାୟୁସେନାର କମାଣ୍ଡୋମାନେ ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ ଚେଙ୍ଗାନୁରର ଆରାତ୍ତୁପୁଝାରେ ଜଳବନ୍ଦୀ ହୋଇପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଯାଇଥିବା ବେଳେ ଜଣେ ୨୮ବର୍ଷୀୟ ଯୁବକ ପାଣି ଭିତରେ ଛିଡା ହୋଇ ଉଦ୍ଧାର ଲାଗି ହାତ ହଲାଇଥିଲେ। ଫଳରେ କମାଣ୍ଡୋମାନେ ତାଙ୍କୁ ହେଲିକପ୍ଟରକୁ ଉଠାଇ ଆଣିଥିଲେ। ହେଲିକପ୍ଟରରେ ଇନ୍ଧନ କମ୍ ଥିବାରୁ କିଛି ଦୂରରେ ଉଦ୍ଧାର ଅପେକ୍ଷାରେ ଜଣେ ମହିଳା ଓ ଶିଶୁଙ୍କୁ ସଙ୍ଗେସଙ୍ଗେ ଉଠାଇ ଅଣାଯାଇ ପାରିଲା ନାହିଁ। କିଛି ସମୟ ପରେ ଯେତେବେଳେ ଯୁବକ ଜଣକ ହେଲିକପ୍ଟରରେ ଜାଣିଲେ ଯେ ତାଙ୍କୁ କେରଳର ରାଜଧାନୀ ତିରୁବନନ୍ତପୁରମ୍ଙ୍କୁ ନିଆଯିବ, ସେ ସଙ୍ଗେସଙ୍ଗେ ନିଜର ଗୁପ୍ତ ଅଭିପ୍ରାୟ କହି ପକାଇଲେ। ସେ କହିଲେ କି ଘରେ ପାଣି ପଶିବା ପରେ ମୁଁ ଓ ମୋ ପରିବାର ନିକଟସ୍ଥ କ୍ୟାମ୍ପରେ ରହିଛୁ। ମୁଁ ହେଲିକପ୍ଟରରେ ବସିବାର ଅନୁଭୂତି ପାଇଁ ଏପରି କରିଥିଲି। ଯୁବକଙ୍କର ଏପରି ଅଦ୍ଭୁତ ଆଚରଣ ଦେଖି ବାୟୁସେନା କମାଣ୍ଡୋ ତାଙ୍କୁ ବିରକ୍ତ ହୋଇ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଥିଲେ।
/sambad/media/post_attachments/wp-content/uploads/2018/08/Untitled-1-copy-2-300x212.jpg)
ଯୁବକ ଜଣକ ହେଲେ ୨୮ବର୍ଷୀୟ ଜୋବି ଜୋ। ସେ ପେସାରେ ଜଣେ ଟ୍ରାଭେଲ ଏଜେନ୍ସି ପରିଚାଳକ। ଜୋବିଙ୍କ ଏପରି ଆଚରଣ ଫଳରେ ବାୟୁସେନାର ୧ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସହ ଜଣେ ମହିଳା ଓ ଶିଶୁଙ୍କୁ ତତ୍କ୍ଷଣାତ୍ ଉଦ୍ଧାର କରାଯାଇ ପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/88-2.jpg)