ନୂଆଦିଲ୍ଲୀ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦେଶରେ ମତଦାନ ଜାରି ରହିଛି। ଏପରିସ୍ଥଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଜ ଏକ୍ସ ହ୍ୟାଣ୍ଡେଲରେ ଓଡ଼ିଶାର ଭୋଟରଙ୍କୁ ଓଡ଼ିଆରେ ଅପିଲ୍ କରିଛନ୍ତି।

Advertisment

ସେ କହିଛନ୍ତି ଗଣତନ୍ତ୍ରର ମହାନ ପର୍ବର ଆମେ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ନିର୍ବାଚନ ହେଉଥିବା ସମସ୍ତ ଭୋଟରଙ୍କୁ ଏବଂ ଯୁବ ଭୋଟର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ, ଆପଣମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ଅଂଶଗ୍ରହଣ କରନ୍ତୁ ଏବଂ ଏପରି ଏକ ସରକାର ବାଛିବାରେ ଭୂମିକା ଗ୍ରହଣ କରନ୍ତୁ ଯାହା ଦେଶକୁ ବିକଶିତ ଭାରତ ଗଠନ କରିବାରେ ସାହାଯ୍ୟ କରିବ ଏବଂ ସବକା ସାଥ ସବକା ବିକାଶ ସୁନିଶ୍ଚିତ କରିବ ।

ଗଣତନ୍ତ୍ରର ଏହି ମହାନ ପର୍ବକୁ ସଫଳ କରିବା ପାଇଁ ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଏହି ନିର୍ବାଚନରେ ଭାଗ ନେବାକୁ ପ୍ରୋତ୍ସାହିତ କରନ୍ତୁ।