ନୂଆଦିଲ୍ଲୀ : ବିଜେପି ସଭାପତି ଜେପି ନଡ୍ଡା କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଆଜି ସେ ଟ୍ଵିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଟ୍ଵିଟ୍ କରି ସେ ଲେଖିଛନ୍ତି, “କରୋନା ଲକ୍ଷଣ ଦେଖାଯିବା ପରେ ମୁଁ ପରୀକ୍ଷା କରାଇଥିଲି ଓ ତାହା ପିଜିଟିଭ ବାହାରିଥିଲା । ମୁଁ ଏବେ ସୁସ୍ଥ ଅନୁଭବ କରୁଛି, କିନ୍ତୁ ଡାକ୍ତରଙ୍କ ଅନୁରୋଧକ୍ରମେ ମୁଁ ଏକାନ୍ତବାସରେ ରହୁଛି । ମୁଁ ମଧ୍ୟ ସବୁ କରୋନା ନିୟମ ପାଳନ କରୁଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ତୁରନ୍ତ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି” ।
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। मेरी तबीयत ठीक है, डॉक्टर्स की सलाह पर होम आइसोलेशन में सभी दिशा- निर्देशो का पालन कर रहा हूँ। मेरा अनुरोध है, जो भी लोग गत कुछ दिनों में संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Jagat Prakash Nadda (@JPNadda) December 13, 2020
ଗତ କିଛି ଦିନ ହେଲା ଜେ.ପି.ନଡ୍ଡା ଚର୍ଚ୍ଚାରେ ରହିଆସିଛନ୍ତି । ଗତ ସପ୍ତାହରେ କୋଲକତା ଗସ୍ତ କାଳରେ ତାଙ୍କ ଉପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ନେଇ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି । ଏହି ଘଟଣା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରୁଥିବାବେଳେ ଏହା ବିଜେପିର ନାଟକ ବୋଲି ତୃଣମୂଳ କଂଗ୍ରେସ କହିଛି ।