ନୂଆଦିଲ୍ଲୀ : ଜେ.ପି. ନଡ୍ଡା ବିଜେପିର ନୂଆ ସଭାପତି ହେବା ସମ୍ଭାବନା ରହିଛି । ବର୍ତ୍ତମାନର ସଭାପତି ଅମିତ ଶାହା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗ ଦେଲେ ବିଜେପି ସଭାପତି ପଦ ଖାଲି ହେବ । ଏଥିପାଇଁ ପୂର୍ବରୁ ନଡ୍ଡା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ଚର୍ଚ୍ଚା ହେଉଥିଲା । କିନ୍ତୁ ନଡ୍ଡା ବିଜେପି ସଭାପତି ହୋଇପାରନ୍ତି ବୋଲି କେତେକ ସୁତ୍ରରୁ ଜଣାପଡିଛି । ଅମିତ ଶାହାଙ୍କ ସଫଳ ନେତ୍ୃତ୍ୱରେ ବିଜେପି ୨୦୧୯ ନିର୍ବାଚନରେ ବିପୁଳ ବିଜୟ ହାସଲ କରିିଛି ।
ନଡ୍ଡା ସଭାପତି ହେଲେ ମଧ୍ୟ ଅମିତ ଶାହା ଦଳୀୟ କାର୍ଯ୍ୟ ଉପରେ ନଜର ବଜାୟ ରଖିବେ । ଆଗକୁ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଥିବାରୁ ନୂଆ ବିଜେପି ସଭାପତିଙ୍କ ଦ୍ୱାୟିତ୍ୱ ବଢିଯାଇଛି । ଏସବୁ ରାଜ୍ୟ ସହିତ ଜାମ୍ମୁ ଓ କାଶ୍ମୀରର ନିର୍ବାଚନ ମଧ୍ୟ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ ସଭାପତିତ୍ୱ ଉପରେ ସମସ୍ତଙ୍କ ନଜର ରହିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/JP_Nadda.jpg)