ନୂଆଦିଲ୍ଲୀ : ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ଦଳର ପରବର୍ତ୍ତୀ ଜାତୀୟ ସଭାପତି ହେବା ନିଶ୍ଚିତ ହୋଇଯାଇଛି। ଆସନ୍ତା ସପ୍ତାହରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବର୍ତ୍ତମାନର ସଭାପତି ଅମିତ ଶାହାଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଜାନୁଆରି ୨୦ରେ ଏ ନେଇ ଦଳ ପକ୍ଷରୁ ଘୋଷଣା କରାଯିବ। ଗତବର୍ଷ ଜୁଲାଇ ମାସରୁ ନଡ୍ଡା ଦଳର କାର୍ଯ୍ୟକାରୀ ସଭାପତି ଦାୟିତ୍ବ ତୁଲାଇ ଆସୁଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ଅମିତ ଶାହା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ହେବା ପରେ ନଡ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ନଡ୍ଡା ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାର ଦାୟିତ୍ବରେ ଥିଲେ ଏବଂ ତାଙ୍କ ନେତୃତ୍ବରେ ଉତ୍ତର ପ୍ରଦେଶରେ ବିଜେପି ୮୦ ଲୋକସଭା ଆସନରୁ ୬୨ରେ ବିଜୟୀ ହୋଇଥିଲା। ଏଥିପାଇଁ ଦଳ ତାଙ୍କୁ ଏହି ପୁରସ୍କାର ଦେବାକୁ ଯାଉଛି।
ଆସନ୍ତା ସପ୍ତାହରେ ବିଜେପି ସଭାପତି ଦାୟିତ୍ୱ ନେବେ ନଡ୍ଡା
/sambad/media/post_attachments/wp-content/uploads/2020/01/jp-nadda.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)