ଜମ୍ମୁ : ଜମ୍ମୁ କାଶ୍ମୀରରେ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ଜଣେ ବିଚାରପତି ୧୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ବିଚାରପତିଙ୍କୁ ୫୦ ହଜାର ଟଙ୍କାର ଜରିମାନା ମଧ୍ୟ କରାଯାଇଛି। ୨୦୧୮ରେ ଜଣେ ମହିଳା ଆଇନଗତ ସହାୟତା ପାଇଁ ଦୋଷୀ ବିଚାରପତି ରାଜେଶ କୁମାର ଆବରୋଲ୍ଙ୍କ ନିକଟକୁ ଯାଇଥିଲେ। କିନ୍ତୁ ତାଙ୍କ ଦ୍ବାରା ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ବିଚାରପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୀଡ଼ିତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫାଷ୍ଟ୍ଟ୍ରାକ୍ କୋର୍ଟରେ ବିଚାରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହାବାଦ ବିଚାରପତିଙ୍କ ବିରୋଧରେ ୭ ବର୍ଷ ଜେଲ୍ଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନା ମଧ୍ୟ ହୋଇଛି। ପୂର୍ବରୁ ଆବରୋଲ୍ ଜଣେ ସବ୍ ଜଜ୍ ଥିଲେ। ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ଖଲିଲ ଚୌଧୁରୀ କହିଛନ୍ତି, ଉଭୟ ଦଣ୍ଡାଦେଶ ସମାନ୍ତରାଳ ଭାବେ ଚାଲିବ।
ଦୁଷ୍କର୍ମ ମାମଲା: ବିଚାରପତିଙ୍କୁ ୧୦ ବର୍ଷ ଜେଲ୍
/sambad/media/post_attachments/wp-content/uploads/2021/08/jail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)